www.samajalive.in
Wednesday, December 10, 2025
23.1 C
Bhubaneswar

ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନ୍ୱୟ ପରିଷଦର ସମ୍ମିଳନୀ

ଫୁଲବାଣୀ :କନ୍ଧମାଳ ଜିଲାସ୍ତରୀୟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀ ସମନ୍ୱୟ ପରିଷଦର ବାର୍ଷିକ ସମ୍ମିଳନୀରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲା ସଭପତି ସୁଜନ ବେହେରାଙ୍କ ସଭାପତିତୋ ରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ମୂଖ୍ୟ ଉଦେଶ୍ୟ ଥିଲା ସମ୍ବିଧାନ ପ୍ରଣୀତ ଆଇନ୍ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନେ କିପରି ନିଯୁକ୍ତି ପଦନୋଟି ଓ ଅନ୍ୟାନ୍ୟ ସୁବିଧା ରୂ ବଂଚିତ ହେଉଛନ୍ତି ତାହା କିପରି ଆଗମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ସଭାପତି ଶ୍ରୀ ବେହେରା ଓ ସଂପାଦକ କୈଳାସ କହଁର, ଉପଦେଷ୍ଟା ଗଣେଶ ନାୟକ ସୂଚନା ଦେଇଛନ୍ତି।

ଯଦି ସରକାର ଆଗମୀ ଦିନରେ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନଙ୍କ ନାର୍ୟ ଦାବୀ ସମ୍ବିଧାନ ପ୍ରକାରେ ପୁରଣ କରିବାରେ ଅବହେଳା କରନ୍ତି ତେବେ ରାଜ୍ୟରେ ଥିବା ସମସ୍ତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ଏ ଦିଗରେ ସୋର ଉତ୍ତୋଳନ କରିବେ ବୋଲି ସମ୍ମିଳନୀରେ ସୁଚନା ଦେଉଥିଲେ। ଏହି ସମ୍ମିଳନୀରେ ଅତିଥି ରୂପେ ବାଲିଗୁଡା ବିଧାୟକ ଚକ୍ରମଣି କହଁର , ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ , ରାଜ୍ୟ ସଂଘର ସଂପାଦକ ଗିରିଧାରୀ ଏବଂ ବିଶିକେସନ ବାଘ୍। ଯୋଗଦାନ କରି ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ରେ ଆଲୋକ ପାତ କରିଥିଲେ।

- Advertisement -

ସମ୍ମିଳନୀରେ ଜିଲାର ୪୨ ଟି ବିଭାଗରୁ ଶତାଧିକ ସରକାରୀ କର୍ମଚାରୀ ଯୋଗଦାନ୍ କରି ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଠ ଆଇନଜୀବୀ ଲମ୍ବୋଦର କହଁର ,ସତ୍ୟ ନାରାୟନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଉତ୍ସା ହିତ କରିଥିଲେ। ଉକ୍ତ ସମ୍ମିଳନୀ କୁ ସୁର ପ୍ରସାଦ ନାୟକ, ସୁକାନ୍ତ ବେହେରା ଓ ବିଦେଶୀ ନାୟକ ପରିଚାଳନା କରିଥିଲେ ରାଜ୍ୟ ସଂଯୋଜକ ଭ୍ରମରବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିକଟରେ ଜିଲାର ଓ.ଏସ୍.ଏସ୍ରେ ସଫଳ ହୋଇଥିବା ଏକାଧିକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories