www.samajalive.in
Wednesday, December 10, 2025
23.1 C
Bhubaneswar

୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ମହୁଲବାହଲି ଛକରୁ ରବିବାର ୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଜଣେ ସର୍ଦ୍ଦାର ଶ୍ରମିକମାନଙ୍କୁ ଏକ ଅଟୋ ରିକ୍ସାରେ ନେଉଥିବାବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ତେ​‌ଲେଙ୍ଗାନା ନେବାକୁ ଯୋଜନା ହୋଇଥିବା ଜାଣିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଶ୍ରମିକମାନେ ତେଲେଙ୍ଗାନାରେ ଇଟା ଭାଟିରେ କାମ କରିବା ଲାଗି ଜଣେ ସର୍ଦ୍ଦାର ସେମାନଙ୍କୁ ନେଉଥିଲା। ପୁଲିସକୁ ଦେଖି ସର୍ଦ୍ଦାର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଉଦ୍ଧାର ୬ ଶ୍ରମିକ ଗଡ଼ଗଡ଼ ବାହାଲ ଗାଁର। ସେମାନଙ୍କ ମଧ୍ୟରେ ୨ ପୁରୁଷ, ୩ ମହିଳା ଏବଂ ଜଣେ ନାବାଳିକା ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ଉକ୍ତ ଅଟୋ ରିକ୍ସାକୁ ଜବତ କରିଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories