ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ନୂଆ ଟେଣ୍ଡର ନେଇଥିବା କମ୍ପାନୀ ମନମାନୀ କରୁଥିବା ଅଭିଯୋଗରେ ଅସନ୍ତୁଷ୍ଟ ପ୍ରକାଶ କରି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହା ପୂର୍ବରୁ ୩୦ ତାରିଖରେ ଜିପିଏସ ବନ୍ଦ କରି କର୍ମଚାରୀମାନେ ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧ ତାରିଖରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ବନ୍ଦ ରଖାଯିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମହାସଂଘ ଅଭିଯୋଗ ଅନୁସାରେ, କର୍ମଚାରୀମାନେ ୧୨ ଘଣ୍ଟା ଧରି ଡ୍ୟୁଟି କରୁଛନ୍ତି। କିନ୍ତୁ ସେମାନଙ୍କୁ ୮ଘଣ୍ଟାର ଦରମା ମିଳୁଛି। ଓଭରଡ୍ୟୁଟି କରୁଥିବା ୪ ଘଣ୍ଟା ପାଇଁ ଦରମା ଦେବାକୁ ବ୍ୟବସ୍ଥା ଥିଲେ ହେଁ କମ୍ପାନୀ ସେହି ଦରମା ଦେଉନାହିଁ। କର୍ମଚାରୀମାନଙ୍କ ପାଇଁ ହୋଇଥିବା ବୀମାରେ ସ୍ପଷ୍ଟତା ନାହିଁ।
Popular Categories



