www.samajalive.in
Tuesday, December 9, 2025
23.1 C
Bhubaneswar

ସରକାରଙ୍କ ନୂଆ ପଦକ୍ଷେପ, ନକଲି ହେଲମେଟ୍ ବିରୁଦ୍ଧରେ ଚାଲିବ ଅଭିଯାନ

ନୂଆଦିଲ୍ଲୀ : ନକଲି କମ୍ପାନୀ ବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ବିଆଇଏସ୍ ରାଜ୍ୟ ଓ ଜିଲାଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଆଇଏସ୍ ଏହାର ନିୟନ୍ତ୍ରଣ ଓ ଉତ୍ପାଦନ ଉପରେ ରୋକ ଲଗାଇବାକୁ ନେଇ ଅଭିଯାନ ଚଳାଇବାକୁ କହିଛି । ସୂଚନାଯୋଗ୍ୟ ୧୬୨ ଉତ୍ପାଦକଙ୍କ ଲାଇସେନ୍ସ ରଦ୍ଦ ହୋଇସାରିଛି କିମ୍ବା ସେମାନଙ୍କ ବୈଧତା ସମାପ୍ତ ହୋଇସାରିଛି । ଏହି ଉତ୍ପାଦକ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ରହିଛି ।

ରୋଡ୍ ସେଫ୍ଟି ଓ ଉପଭୋକ୍ତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କଞ୍ଜ୍ୟୁମର ଅଫେୟର୍ସ ଡିପାର୍ଟମେଣ୍ଟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇଛି । ତଦନୁସାରେ ଜିଲାପାଳମାନଙ୍କୁ ଏକ ଚିଠି ଲେଖାଯାଇଛି, ଯାହା ଫଳରେ ସାରା ଦେଶରେ ଏକ ଅଭିଯାନ ଚଳାଇବାକୁ କୁହାଯାଇଛି । ଏହି ଅଭିଯାନରେ ଖରାପ ମାନର ହେଲମେଟ୍ ପ୍ରସ୍ତୁତ, ବିକ୍ରି କରୁଥିବା ସଂସ୍ଥାଙ୍କୁ ଟାର୍ଗେଟ୍ କରିବାକୁ କୁହାଯାଇଛି ।

- Advertisement -

ଅନେକ ଖରାପ ମାନର ହେଲମେଟ୍ ରାସ୍ତା କଡରେ ବିକ୍ରି ହେଉଛି ଯାହା ଦୁର୍ଘଟଣାରେ ସଠିକ୍ ସୁରକ୍ଷା ଦେଇପାରୁନି । ସରକାର ପୂର୍ବରୁ ମୋଟର ଯାନ ଅଧିନିୟମ ୧୯୮୮ ଅନୁସାରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଦେଇଛନ୍ତି । ଏପର୍ଯ୍ୟନ୍ତ ୧୬୨ ଲାଇସେନ୍ସକୁ ଖରାପ/ନନ୍-ଆଇଏସଆଇ ହେଲମେଟ୍ ନିର୍ମାଣ ପାଇଁ ରଦ୍ଦ ବା ସମାପ୍ତ କରିଦିଆଯାଇଛି । ଏପରିକି ୨୭ ଉତ୍ପାଦକଙ୍କ ବିରୁଦ୍ଧରେ ବିଭିନ୍ନ କୋର୍ଟରେ ମାମଲା ଦାୟର ହୋଇଛି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories