www.samajalive.in
Saturday, December 6, 2025
26.1 C
Bhubaneswar

ଋଣ କରାଇ ଦେବାକୁ କହି ୨.୬୦ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ମଞ୍ଚେଶ୍ୱର : ବ୍ୟାଙ୍କରୁ ଋଣ କରାଇଦେବାକୁ କହି ଠକେଇ ଅଭିଯୋଗ। ଜଣେ ବ୍ୟକ୍ତି ବ୍ୟାଙ୍କରୁ ଋଣ କରାଇଦେବାକୁ କହି ମହିଳାଙ୍କ ଠାରୁ ୨.୬୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।  ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳର ତାପସ ରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ମଞ୍ଚେଶ୍ଵର ଚକେଇସିହାଣୀ ଅଞ୍ଚଳରେ ରହି ଏକ ଅଟୋ ମୋବାଇଲ କମ୍ପାନୀରେ ଚାକିରି କରୁଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ୨୦୨୩ରେ ତାପସଙ୍କ ପତ୍ନୀ ନିଜର ସାଙ୍ଗ ବୈଶାଳୀ ନାମ୍ନୀ ଜଣେ ମହିଳାଙ୍କୁ ଏକ ବ୍ୟାଙ୍କ ଋଣ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ଅନୁସାରେ ସମସ୍ତ କାଗଜପତ୍ର ବୈଶାଳୀ ଦେଇଥିଲେ। ତେବେ ତାପସ କାଗଜପତ୍ର ନେଇ କଳ୍ପନା ଅଞ୍ଚଳର ବନ୍ଧନ ବ୍ୟାଙ୍କରେ ଡିପୋଜିଟ କରି ନିଜ ମୋବାଇଲ ନମ୍ବର ଦେଇ ଋଣ ଉଠାଇ ନେଇଥିଲା। ପରବର୍ତ୍ତୀ ସମୟରେ ତାପସ ଋଣ ସୁଝି ନପାରିବାରୁ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ବୈଶାଳୀଙ୍କ ନାଁରେ ତାପସ ଋଣ ଉଠାଇ ନେଇଥିବା ଜଣାପଡ଼ିଥିଲା । ବ୍ୟାଙ୍କ ପକ୍ଷରୁ ସେ ସମୟର ଜଣେ ସହକାରୀ ପରିଚାଳକଙ୍କ ନାଁରେ ମାମଲା ଦାଏର କରାଯାଇଛି। ଗତ ୭ତାରିଖ ବୈଶାଳୀଙ୍କ ପିତା ସୁବୋଧ ମଲ୍ଲିକ ଘଟଣା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଭୟରେ ତାପସ ଫେରାର ହୋଇଯାଇଥିବାବେଳେ ପତ୍ନୀଙ୍କୁ ପୁଲିସ ଉଠାଇ ଆଣିଥିଲା।  ପୁଲିସ ପତ୍ନୀ ଫୋନ୍‌ରୁ କଲ୍ କରି ଫୁଲ ନଖରା ଅଞ୍ଚଳରୁ ତାପସକୁ ଗିରଫ କରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories