www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍ରାଏଲକୁ ଜବାବ ଦେବ ଇରାନ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଆକ୍ରମଣର ଜବାବ ଦେବ ଇରାନ। ଶନିବାର ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ସୈନ୍ୟ ଠିକଣା ଉପରେ ରକେଟ୍‌ ମାଡ଼ କରାଯିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଇରାନ ନିଜର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଇସ୍ରାଏଲ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛି। ଏହାର ଉଚିତ ଜବାବ ଦିଆଯିବ ବୋଲି ତେହରାନ କହିଛି।

ସେପଟେ ଏହି ଆକ୍ରମଣକୁ ଲେବାନନ ଏବଂ ଇଜିପ୍ଟ ପକ୍ଷରୁ ନିନ୍ଦା କରାଯାଇଛି। ଇସ୍ରାଏଲ ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ଏବଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରଭାବିତ ହେବ ବୋଲି ଇଜିପ୍ଟ କହିଛି। ଲେବାନନ ମଧ୍ୟ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହିତ ଇରାନ ସର୍ବଭୌମତର ଉଲ୍ଲଂଘନ ବୋଲି କହିଛି। ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତି ଏହା ବଡ଼ ବିପଦ ବୋଲି ଲେବାନନ କହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories