www.samajalive.in
Saturday, December 13, 2025
26.1 C
Bhubaneswar

୨ୟ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ସାଣ୍ଟନରଙ୍କୁ ୧୩ ଉଇକେଟ୍‌

ସମାଜ ଡିଜିଟାଲ ଡେସ୍କ: ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚର ବିଜୟ ସହିତ ୨-୦ରେ ଆଗୁଆ ରହି କବ୍‌ଜା କରିନେଇଛି। ୨ୟ ପାଳିରେ ମ୍ୟାଚ ଜିତିବାକୁ ଭାରତ ପାଇଁ ୩୫୯ ରନ ଆବଶ୍ୟକ ଥିବାବେଳେ ଦଳ ୨୪୫ ରନରେ ଅଲଆଉଟ୍‌ ହୋଇଯାଇଥିଲା।

୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ ରନ କରିଥିଲା। ଭାରତୀୟ ସ୍ପିନର ଓ୍ବାଶିଂଟନ ସୁନ୍ଦର(୭ଉଇକେଟ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୩ ଉଇକେଟ)ଙ୍କ ଚମତ୍କାର ବୋଲିଂ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାରେ ଅଟକାଇଥିଲା। ହେଲେ ଭାରତୀୟ ଦଳ ଏହାର ଫାଇଦା ଉଠାଇପାରି ନ ଥିଲେ। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଦଳ ମାତ୍ର ୧୫୬ ରନରେ ଅଲଆଉଟ୍‌ ହୋଇଯିବା ସହିତ ପ୍ରଥମ ପାଳିରେ ୧୦୩ ରନରେ ପଛୁଆ ରହିଥିଲା। ନ୍ୟୁଜିଲାଣ୍ଡ ବୋଲର ସାଣ୍ଟନର ସର୍ବାଧିକ ୭ ଉଇକେଟ୍‌ ନେଇଥିଲେ।

- Advertisement -

୨ୟ ପାଳିରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍‌ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା। ଓ୍ବାଶିଂଟନ ସୁନ୍ଦର ୪ଟି, ରବୀନ୍ଦ୍ର ଜାଡେଜା ୩ଟି ଏବଂ ଅଶ୍ଵିନ ୨ଟି ଉଇକେଟ ନେଇଥିଲେ। ମ୍ୟାଚ ବିଜୟ ପାଇଁ ଭାରତକୁ ୩୫୯ ରନ ଦରକାର ପଡ଼ୁଥିଲା। ହେଲେ ୨ୟ ପାଳିରେ ଯଶଶ୍ଵୀ ଜୟସଓ୍ବାଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଜୟସଓ୍ବାଲ ୭୭ ଏବଂ ଜାଡେଜା ୪୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଟିମ ଇଣ୍ଡିଆର ଖେଳାଳିମାନେ ସାଣ୍ଟନରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସାଣ୍ଟନର ୨ୟ ପାଳିରେ ୬ ଉଇକେଟ ନେଇ ନ୍ୟୁଜିଲାଣ୍ଡର ବିଜୟ ସହଜ କରିଦେଇଥିଲେ। ଭାରତ ୨୪୫ ରନରେ ଅଲଆଉଟ ହୋଇଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories