www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତାରେ ପଡିଥିବା ଗଛକୁ ପିଟିଲା ବସ୍ : କେହି ମୃତାହତ ହୋଇନଥିବା ସୂଚନା

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିବାବେଳେ ବହୁ ସ୍ଥାନରେ ଘର ଦ୍ଵାର ଭାଙ୍ଗିବା ସହ ବଡ ବଡ ଗଛ ମଧ୍ୟ ଭାଙ୍ଗିପଡିଛି। ଏହାରି ମଧ୍ୟରେ ଆଜି ସକାଳୁ ଖଇରା ଥାନା ନିକଟରେ ରାସ୍ତା ଉପରେ ପଡିଥିବା ଏକ ଗଛକୁ ପିଟିଲା ବସ୍। ଏକ ଘରୋଇ ବସ୍ ଆଜି ଭୋରରୁ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏତିକି ବେଳେ ଖଇରା ଥାନା ନିକଟରେ ଥିବା ଏକ ବଙ୍କାଣୀ ରାସ୍ତାରେ ବାତ୍ୟା ଦାନା ପ୍ରଭାବରେ ଏକ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା। ଡ୍ରାଇଭର ଜଣକ ଦ୍ରୁତ ଗତିରେ ଆସୁଥିବାବେଳେ ବସ୍ ଟି ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories