www.samajalive.in
Saturday, December 6, 2025
17.1 C
Bhubaneswar

ବିଜେପି ଓ ବିଜେଡି ପକ୍ଷରୁ ରିଲିଫ ବଣ୍ଟନ

ଗୁରୁଡ଼ିଝାଟିଆ: ବାତ୍ୟା ପ୍ରଭାବରେ ଗୁରୁଡ଼ିଝାଟିଆ ଅଞ୍ଚଳର ଅଭାବୀ ପରିବାରଙ୍କ ଘରେ ଚୁଲି ଜଳୁନି। ଗୁରୁବାର ସନ୍ଧ୍ୟାରୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟମାନଙ୍କରେ ରହିଥିଲେ। ଶୁକ୍ରବାର ସକାଳୁ ନିଜ ଘରକୁ ଫେରିଥିଲେ। ହେଲେ କାହାର ଘରେ ପାଣି ପଶିଯାଇଛି ତ ଆଉକାହାଘରେ ବର୍ଷାରେ କାଦୁଅ ହୋଇଯାଇଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତାଦଳ ପକ୍ଷରୁ ବିପନ୍ନ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ବିଜେପି ନେତା ଅଭୟ ବାରିକ ଙ୍କ ନେତୃତ୍ୱରେ ଜଗଦାନନ୍ଦ ତ୍ରିପାଠୀ, ନୂତନ ରାଉତ ଓ ସମର୍ଥକମାନେ ସୁନିଆମୁହଁ, ବାମନପୁର, ରାମଶ୍ୟାମପୁର, ଘଣ୍ଟିଖାଲ, ଗୁରୁଡ଼ିଝାଟିଆ ଓ ଗୋବରା ପଞ୍ଚାୟତର ବିଭିନ୍ନ ବର୍ଗର ଅଭାବୀ ଜନସାଧାରଣଙ୍କୁ ଶୁଖିଲାଖାଦ୍ୟ ପ୍ରଦାନ କରାଯାଇଥିଲା ଓ ଅନ୍ୟାନ୍ୟ ଅସୁବିଧା ସଂପର୍କରେ ଶ୍ରୀ ବାରିକ ପଚାରି ବୁଝିଥିଲେ। ସେହିଭଳି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ଙ୍କ ନେତୃତ୍ୱରେ ନିରାକାର ଲେଙ୍କା, କେଶବ ଜେନା ପ୍ରମୁଖ ମଞ୍ଚେଶ୍ୱର, ଘଣ୍ଟିଖାଲ ଓ ରାଜନଗର ପଞ୍ଚାୟତର ବିଭିନ୍ନ ଗାଁମାନଙ୍କରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories