www.samajalive.in
Sunday, December 14, 2025
26.1 C
Bhubaneswar

୨୯ ସୁଦ୍ଧା ଡେପସାଙ୍ଗ, ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିବେ ଭାରତ ଓ ଚୀନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୮ କିମ୍ବା ୨୯ ତାରିଖ ସୁଦ୍ଧା ଭାରତ ଏବଂ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ନିଜ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବେ। ବିଶେଷକରି ଦେପସାଙ୍ଗ ଏବଂ ଡେମଚୋକ ଅଞ୍ଚଳରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର ଶେଷ ହେବ ବୋଲି ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ଏ ନେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ୨୦୨୦ରେ ଘଟିଥିବା ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ପରବର୍ତ୍ତୀ ସମୟରେ ଦୁଇ ଦେଶର ସେନା ସ୍ତରରେ ଆଲୋଚନା ଫଳରେ ଧୀରେ ଧୀରେ ସୈନ୍ୟ ପ୍ରତ୍ୟାହାର ଅଗ୍ରସର ହୋଇଆସୁଛି।

ଗତ ୨୨ ଏବଂ ୨୩ ତାରିଖରେ ରୁଷର କଜାନଠାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଭାରତ ଏବଂ ଚୀନ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ପରେ ସୈନ୍ୟ ପ୍ରତ୍ୟାହାର ତ୍ଵରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଥିବା ଅନୁମାନ କରାଯାଉଛି। ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବା ଦିଗରେ ଉଭୟ ନେତା ଆଲୋଚନା କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories