www.samajalive.in
Sunday, December 14, 2025
14.1 C
Bhubaneswar

ବାତ୍ୟା ଛଡ଼ାଇନେଲା ଚାଷୀଙ୍କ ବରଷ ଯାକର ‘ଦାନା’; ଉପୁଡିଲା ବଡ ବଡ ଗଛ, କ୍ଷେତରେ ଲୋଟୁଛି ସୁନାର ଫସଲ

ଆରଡି: ବାତ୍ୟା ‘ଦାନା’ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଭଦ୍ରକ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷକରି ନଦୀକୂଳିଆ ଅଞ୍ଚଳରେ ଛପର ଘର ଉଡାଇ ନେଇଥିବା ବେଳେ ଭଦ୍ରକ-ଆରଡି ମୁଖ୍ୟରାସ୍ତା ସହ ଆଖଣ୍ଡଳମଣି-ଯାଜପୁର, ଧାନକଣିଆ-ଚାନ୍ଦବାଲି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବହୁ ବଡବଡ ଗଛ ଉପୁଡି ପଡିଛି। ସବୁଠାରୁ ବେଶୀ କ୍ଷତି ଘଟାଇଛି ଚାଷୀମାନଙ୍କର।  ଆସିଥିବା ବାତ୍ୟା ଦାନାର ଝଡ ବର୍ଷାରେ ସୁନାର ଫସଲ କ୍ଷେତରେ ଲୋଟୁଛି। ଦିନ କେଇଟା ପରେ ଚାଷୀ ତା’ର ଅମଳ ଧାନ ଘରକୁ ଆଣି ବରଷକ ପାଇଁ ଦାନା ସାଇତି ଥାଆନ୍ତା। ହେଲେ ଚାଷୀଙ୍କ ଦାନାକୁ ଛଡାଇ ନେଲା ‘ଦାନା’।

- Advertisement -

ଅନ୍ୟପଟେ ବିଜୁଳି ସେବା ଯୋଗାଇଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଉପୁଡି ପଡିଥିବା ବିଦ୍ୟୁତ ଖୁଣ୍ଟ ମରାମତି କାର୍ଯ୍ୟ ତ୍ବରାନିତ୍ବ କରାଯାଇଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତାରୁ ଗଛ ସଫା କରାଯାଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜେନେରେଟର ସଂଯୋଗ କରାଯାଇ ପାନୀୟଜଳ ଯୋଗାଇ ଦିଆଯାଇଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories