www.samajalive.in
Sunday, December 14, 2025
26.1 C
Bhubaneswar

ଭୁଶୁଡ଼ିଲା ଶେୟାର ବଜାର: ୧୦ ଲକ୍ଷ କୋଟି ହରାଇଲେ ନିବେଶକ

ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାର ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। ଶେୟାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଯାହାଫଳରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବ୍ୟାଙ୍କ ନିଫଟି ସମେତ କ୍ଷୁଦ୍ର ପୁଞ୍ଜି ଏବଂ ମଧ୍ୟମ ପୁଞ୍ଜି ସୂଚକାଙ୍କ ବହୁମାତ୍ରାରେ ହ୍ରାସ ପାଇଥିଲା। ବ୍ୟାଙ୍କ ନିଫ୍‌ଟି ୧୧୦୦ ପଏଣ୍ଟ ତଳକୁ ଖସିପଡ଼ିଥିବାବେଳେ ସେନ୍‌ସେକ୍‌ସ ୯୦୦ ପଏଣ୍ଟ କମି ଯାଇଥିଲା। ନିଫଟ୍‌ ମଦ୍ୟ ୩୦୦ ପଏଣ୍ଟ ହ୍ରାସ ପାଇ ୨୪୧୦୦କୁ ଖସିଆସିଥିଲା।

ଗତ କିଛିଦିନ ହେବ ବିଦେଶୀ ନିବେଶକମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଭାରତୀୟ ଷ୍ଟକ ବଜାରରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ସେନସେକ୍‌ସ ଏବଂ ନିଫଟି ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ପୁଞ୍ଜି ବଜାର ୯.୮ ଲକ୍ଷ କୋଟି ହ୍ରାସ ପାଇଁ ୪୩୫.୧ ଲକ୍ଷ କୋଟିରେ ପହଞ୍ଚିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories