www.samajalive.in
Saturday, December 6, 2025
14.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ‘ଦାନା’ପାଇଁ ଦୁଇ ଦିନ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବ ରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବିଜୁଳି ଏବଂ ପାଗ ଖରାପ ରହିବା ଦୃଷ୍ଟିକୁ ଆଖି ଆଗରେ ରଖି ଆଜି ଠାରୁ ଦୁଇ ଦିନ ପାଇଁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଧଉଳି ଶାନ୍ତି ସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତି ସ୍ତୁପ ଆଜି (୨୪.୧୦.୨୦୨୪) ଅପରାହ୍ନ ୧ ଘଟିକା ରୁ ଆସନ୍ତାକାଲି (୨୫.୧୦.୨୦୨୪) ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସହକାରୀ ନିର୍ଦେଶକ ପର୍ଯ୍ୟଟନ, ଖୋର୍ଦ୍ଧା ଅଞ୍ଜନ ବାରିକ ପ୍ରକାଶ କରିଛନ୍ତି। ଏହା ସମସ୍ତ ପର୍ଯ୍ୟଟକ ତଥା ଖୋର୍ଦ୍ଧା ଜିଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories