୨୪ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରହିବେ ୧୪୭୦୮ ଜଣ, ଆଶ୍ରୟସ୍ଥଳ ବୁଲି ଦେଖିଲେ ଜିଲାପାଳ

ଅମର୍ଦ୍ଦାରୋଡ଼: ବାତ୍ୟା ପାଇଁ ବସ୍ତା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ଟି ବାତ୍ୟା ଆଶ୍ରୟସ୍ଥଳୀ ସହିତ ୨୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ୧୪ ହଜାର ୭୦୮ ଜଣ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ରଖାଯିବ ବୋଲି ବ୍ଲକ ପ୍ରଶାସନ ଚୂଡ଼ାନ୍ତ କରିଛି। ଏହି ଆଶ୍ରୟସ୍ଥଳୀ ମଧ୍ୟରେ ବାହାର୍ଦ୍ଦା ହାଇସ୍କୁଲରେ ୬୭୦, ବରୁଣଗଡିଆ ବିଏମସି ହାଇସ୍କୁଲରେ ୩୨୦, ମୁଳିଦା ପ୍ରାଇମେରୀ ସ୍କୁଲରେ ୩୭୦ ଜଣ, ଚୋରମୋରା ବାତ୍ୟା ଆଶ୍ରୟସ୍ଥଳୀରେ ୯୬୫ ଜଣ, ସୁନ୍ଦରହତା ପ୍ରାଇମେରୀ ସ୍କୁଲରେ ୪୧୦ ଜଣ, ଲଛମନ ଖୁଣ୍ଟା ୟୁଜିଏମଇ ସ୍କୁଲରେ ୬୫୯ ଜଣ, କାଦରାୟାଁ ଊର୍ଦ୍ଦୁ ପ୍ରାଇମେରୀ ସ୍କୁଲରେ ୭୪୫ଜଣ, ପାଳସାହି ଏମଇ ସ୍କୁଲରେ ୫୭୦ ଜଣ, ଜମାଳପୁର ପ୍ରାଇମେରୀ ସ୍କୁଲରେ ୫୪୦ ଜଣ, କୁଳିଦା ବାତ୍ୟା ଆଶ୍ରୟସ୍ଥଳୀରେ ୮୯୦ ଜଣ, ପଣ୍ଡୁରୁଙ୍ଗୀ ହାଇସ୍କୁଲରେ ୬୨୫ ଜଣ, ଜାମଳପୁର ପ୍ରାଇମେରୀ ସ୍କୁଲରେ ୫୨୬ ଜଣ, ଅମର୍ଦ୍ଦାରୋଡ଼ ସିଦ୍ଧେଶ୍ୱର ହାଇସ୍କୁଲରେ ୬୫୯ ଜଣ, ମୁକୁନ୍ଦପୁର ଊର୍ଦ୍ଦୁ ୟୁଜିଏମଇ ସ୍କୁଲରେ ୮୫୬ ଜଣ, ପାଉଁଶକୁଲି ବାତ୍ୟା ଆଶ୍ରୟ ସ୍ଥଳୀରେ ୬୯୫ ଜଣ, ପଣିସାପଡ଼ା ପ୍ରାଇମେରୀ ସ୍କୁଲରେ ୫୬୩ ଜଣ, ଆମ୍ବକୁଡ଼ୁଚି ୟୁଜିଏମଇ ସ୍କୁଲରେ ୬୫୨ ଜଣ, ବାରାପାଳ ଓ ରାଉତପଡ଼ା ହାଇସ୍କୁଲରେ ୭୫୬ ଜଣ, ଜାମଶୁଳି ହାଇସ୍କୁଲରେ ୫୬୯ ଜଣ, ତାଡଦା ହାଇ ସ୍କୁଲରେ ୭୫୬ ଜଣ ଏବଂ ଆର କେ ହାଇସ୍କୁଲରେ ୬୫୮ ଜଣଙ୍କୁ ରଖାଯିବ ବୋଲି ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସବୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ବୁଧବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ବସ୍ତା ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ରାଧା ରଞ୍ଜନ ଦାସ କଇନଗିରୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.