www.samajalive.in
Saturday, December 13, 2025
23.1 C
Bhubaneswar

ଭୁବନେଶ୍ଵରରେ କୋହଲାପାଗ, ବର୍ଷା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’ ପ୍ରଭାବରେ ରାଜଧାନୀ ଭୁବନେଶ୍ଵରରେ ଗୁରୁବାର ସକାଳୁ କୋହଲା ପାଗ ଲାଗି ରହିଛି। ବୁଧବାର ରାତିରେ ପାଗ ଭଲ ଥିବାବେଳେ ଗୁରୁବାର ଭୋର ସମୟରୁ ହଠାତ ପାଗ ପରିବର୍ତ୍ତନ ହୋଇଯାଇଛି। ଭୋରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଥିବାବେଳେ ରାସ୍ତାଘାଟରେ ଯାନବାହନ ଚଳାଚଳ ଏକପ୍ରକାର କମ ଦେଖିବାକୁ ମିଳିଛି।

୨୪ ତାରିଖ ବିଳମ୍ବିତ ରାତିରୁ ୨୫ ତାରିଖ ଭୋର ସୁଦ୍ଧା ବାତ୍ୟା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା ବାତ୍ୟା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାଠାରୁ ୩୦୦ କିମି ଦୂରରେ ରହିଥିଲା। ଧୀରେ ଧୀରେ ଏହା ସ୍ଥଳଭାଗ ମୁହାଁ ହେଉଛି।

- Advertisement -

ବାତ୍ୟା ପ୍ରଭାବରେ ବୁଧବାର ଅପରାହ୍ନରୁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ଏହିସବୁ ଜିଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିଥିବାବେଳେ ପାର୍ଶ୍ବବର୍ତ୍ତୀ ଜିଲା ଯେପରିକି ପୁରୀ, ଖୋର୍ଦ୍ଧା ଏବଂ କଟକରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ପବନର ବେଗ ଘଣ୍ଟାପ୍ରତି ୯୦ କିମିରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ୧୨୦ କିମି ଛୁଇଁପାରେ। ସେହିପରି ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ପବନ ଘଣ୍ଟାପ୍ରତି ୬୦ରୁ ୮୦ ବେଗରେ ବହିପାରେ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories