www.samajalive.in
Wednesday, December 10, 2025
23.1 C
Bhubaneswar

ସମବାୟ ଋଣ ଦୁର୍ନୀତିର ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ବିଜେପି କୃଷକ ମୋର୍ଚ୍ଚା

କେନ୍ଦୁଝରଗଡ଼: ରାଜ୍ୟରେ ସମବାୟ ବିଭାଗର କୃଷି ସେବା ସମବାୟ ସମିତି, ସମବାୟ ଲ୍ୟାମ୍ପସ, ସମବାୟ ବ୍ୟାଙ୍କ ସମୂହ ବିଜେଡି ଶାସନ କାଳରେ ଜାଲିଆତି ଓ ହେରଫେର କରିଥିବା ନେଇ ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି। ହଜାର ହଜାର ଚାଷୀମାନଙ୍କ ଅଗୋଚରରେ କୃଷି ଋଣ କରି କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛି। ସୁବର୍ଣ୍ଣପୁର ଜିଲା ପୁଆ କୃଷି ସେବା ସମବାୟ ସମିତିରେ ମୃତ ଚାଷୀ ଗରିବ ସାହୁ ଓ ବିକଳାଙ୍ଗ ଚାଷୀ ରାଜୁ ପ୍ରଧାନ, କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ପଡ଼ାଙ୍ଗ ସେବା ସମବାୟ ସମିତିର ସିନ୍ଦୁରିଆ ଗ୍ରାମର ଚାଷୀ ମଧୁସୂଦନ ନାୟକ ଓ ପଡ଼ାଙ୍ଗ ଗ୍ରାମର ଆଦିବାସୀ ଚାଷୀ ଚାମୁରୁ ମୁଣ୍ଡାଙ୍କ ନାମରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ସମ୍ପୃକ୍ତ ଚାଷୀ ମାନେ ପୁଲିସ ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ସରକାର ସମୟରେ ସାରା ରାଜ୍ୟରେ ସେବା ସମବାୟ ସମିତି ମାନଙ୍କରେ ବ୍ୟାପକ ଭାବେ ଚାଷୀ ମାନଙ୍କ ନାମରେ ଜାଲିଆତି ଦ୍ୱାରା ହଜାର ହଜାର ଚାଷୀ କୃଷି ଋଣ ଘୋଟାଲାର ଶିକାର ହୋଇଛନ୍ତି। ବିଜେଡ଼ି ସରକାର ସମୟରେ କୃଷି ମନ୍ତ୍ରୀଙ୍କ କଟକ ଜିଲା ଆଠଗଡ଼଼ ଉପଖଣ୍ଡର ଗୁରୁଡ଼ିଝାଟିଆ ସେବା ସମବାୟ ସମିତି ଓ ନୟାଗଡ଼଼଼ ଜିଲା କୁରାଳ ସେବା ସମବାୟ ସମିତି ପ୍ରମୁଖରେ ଚାଷୀ ମାନଙ୍କ ନାମରେ ଜାଲିଆତି କରି କୋଟି କୋଟି ଟଙ୍କା ହଡ଼ପ ହେଇଥିବା ଅଭିଯୋଗ ହେଇଥିଲା। ସେହି ସମୟରେ ଅଭିଯୋଗ ପାଇ ମଧ୍ୟ ବିଜେଡ଼ି ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହିସବୁ ଜାଲିଆତି ଭ୍ରଷ୍ଟାଚାରର ରାଜ୍ୟସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ପୁଲିନ୍‌‌ ପ୍ରକାଶ ପୁହାଣ ଓ ସୂର୍ଯ୍ୟ ନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦକ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, ସନ୍ତୋଷ କୁମାର ବିଶ୍ୱାଳ, ବିକ୍ରମ କେଶରୀ ରାଉତ, ଉପେନ୍ଦ୍ର କୁମାର ରାଉଳ, ସୁରଥ ସେଠୀ, ସନ୍ତୋଷ କୁମାର ଜେନା, ସୁଦର୍ଶନ ବିଶ୍ୱାଳ, ଅଜୟ କୁମାର ସ୍ୱାଇଁ, ଭାଗିରଥି ସିଂ, ଦୁର୍ଯ୍ୟୋଧନ ମହାନ୍ତ, ଶ୍ରୀନିବାସ ପ୍ରଧାନ, ଅଶୋକ କୁମାର ପୃଷ୍ଟି, ନବକୃଷ୍ଣ ଦନ୍ତା, ବାବୁଲୁ ବିଶି, ଜନାର୍ଦ୍ଦନ ଖମାରୀ, ଶିବ ମିଶ୍ର, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ପୂର୍ଣ୍ଣିମା ଦାଶ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories