www.samajalive.in
Saturday, December 13, 2025
21.1 C
Bhubaneswar

ଗଜଲକ୍ଷ୍ମୀ ପୂଜା ଉଦଯାପିତ, ମାଁ’ଙ୍କୁ ମେଲାଣି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଶୋକନଗର ଧୂବା ପଡା ଠାରେ ମାଁ ଗଜଲକ୍ଷ୍ମୀ ପୂଜା ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇ, ମାଁ ଙ୍କ ମେଲାଣି ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଧୂବାପଡା ଶତାଧିକ ମହିଳା ମାନେ ଗୋଟିଏ ରଙ୍ଗର ଶାଢ଼ୀ ଓ ପୋଷାକ ପରିଧାନ କରି କଳସ ଯାତ୍ରାରେ ନଗର ପରିକ୍ରମା କରିଥିଲେ। ଏହି ଉପଲକ୍ଷେ ଲକ୍ଷ୍ମୀନାରାୟଣଙ୍କ ହଳଦୀ ଗନସନ ସହ ଭଗବାନ ବିଷ୍ଣୁଙ୍କ ବାରନୁଗମନରେ ବିରାଟ ଶୋଭାଯାତ୍ରାରେ ଘଣ୍ଟ ଶଙ୍ଖ ଦୁଲୁଦୁଲି ଡିଜେ ବଜାର ତାଳେତାଳେ ସାହସ୍ରାଧିକ ଭକ୍ତସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମା’ ଲକ୍ଷ୍ମୀଙ୍କ ପୂଜା ମଣ୍ଡପ ପର୍ଯନ୍ତ ସାମିଲ ହୋଇଥିଲେ। ବରପକ୍ଷ କର୍ତ୍ତା ଭାବେ ସୁଶୀଲ ବାରିକ ଓ ତାଙ୍କ ଧର୍ମ ପତ୍ନୀ ଏବଂ କନ୍ୟା ପକ୍ଷରୁ ବିମଲ ହାତୀ ଓ ତାଙ୍କ ସହଧର୍ମିଣୀ ପୂଜା ଦାୟିତ୍ୱ ତୁଲାଇ ଥିଲେ। ଭକ୍ତ ପାଇଁ କମିଟି ତରଫରୁ ମହା ଭୋଗର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଝାରସୁଗୁଡା ଓ ବରଗଡ ଜିଲ୍ଲା ଆସିଥିବା କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜକ ଭାବେ ତୁଳଚରଣ ମିଶ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ, ଗୁରୁ ଶ୍ରୀ ଅଦୈତ୍ୟ ଦାସ ବାବାଙ୍କୁ କମିଟି ତରଫରୁ ସମ୍ମାନିତ କରାଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories