www.samajalive.in
Saturday, December 13, 2025
21.1 C
Bhubaneswar

ବିଦ୍ୟାଳୟ ଓ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଆଜି ଜିଲାପାଳ ପାରୁଲ ପଟୱାରି ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଜିଲାପାଳ ପାରୁଲ ପଟୱାରି ପ୍ରଥମେ ବୁଡ଼ାଗୁଡା ପଞ୍ଚାୟତ ଗୁରୁତୁଲୀ ଗ୍ରାମରେ ମା ମାଝୀଗୌରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କରିଥିବା କୁକୁଡ଼ା ଚାଷ ଫାର୍ମ ପରିଦର୍ଶନ କରିଥିଲେ। ଦ୍ଵିତୀୟରେ କଲ୍ୟାଣସିଂହପୁରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତକରି ଥିଲେ। ସେ ସମସ୍ତ ଶ୍ରେଣୀ ଗୃହ ,ତିନୋଟି ବିଜ୍ଞାନଗାର, ରୋଷେଇ ଘର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ନିବାସ ବିଷୟରେ ବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତ ପାଲକାଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟ ପରିସରରେ ଡେନ ଓ ଷ୍ଟେଜରେ ସେଡ କରିବା ପାଇଁ ସମସ୍ୟା ବିଷୟରେ ଜିଲାପାଳଙ୍କୁ କହିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରିଦେବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ କାଚରାସାହିରେ ଥିବା ମେଦ୍ରୀ ସମ୍ପ୍ରଦାୟର ଲୋକମାନେ କାଳିଆ ଓ ମାଝୀଗୌରୀ ସଂଘ ପକ୍ଷରୁ ବାଉଁଶରେ ତିଆରି କରୁଥିବା ବିଭିନ୍ନ ସାମଗ୍ରୀ ଦେଖିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories