ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ
ଡେସ୍କ: ରାଜ୍ୟ ସରକାର ଆଜି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (odisha subordinate staff selection commission)ର ଅଧ୍ୟକ୍ଷ ଓ ଦୁଇ ଜଣ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସଙ୍କୁ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଆୟୋଗର ୨ ନୂଆ ସଦସ୍ୟ ମଧ୍ୟ ନିଯୁକ୍ତି ପାଇଛନ୍ତି। ଉଦ୍ଧବ ଚନ୍ଦ୍ର ମାଝୀ ଓ ସରୋଜ କୁମାର ମିଶ୍ର ଆୟୋଗର ଦୁଇ ନୂଆ ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।
Comments are closed.