ବଜାଜ ଆଣିଲା ନୂଆ ପଲ୍ସର, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ବଜାଜ ଅଟୋ ଭାରତୀୟ ବଜାରରେ ନିଜ ନୂଆ ପଲ୍ସର N125ର ବଜାର ପ୍ରବେଶ କରି ଦେଇଛି । ଗ୍ରାହକଙ୍କ ପାଇଁ ପଲ୍ସର ଏନ୍୧୨୫ ସମୁଦାୟ ୨ଟି ଭେରିଏଣ୍ଟରେ ଉପଲବ୍ଧ ହେବ । ଏହାର ସିଧା ମୁକାବିଲା ହିରୋ ଏକ୍ସଟ୍ରିମ୍ ୧୨୫ଆର୍, ହୋଣ୍ଡା ଏସପି ୧୨୫ ଓ ଟିଭିଏସ୍ ରାଇଡର ୧୨୫ ସହ ହେବ । ଏହା କମ୍ପାନୀର ଅନ୍ୟ ପଲ୍ସରଠୁ ଲୁକରେ ବହୁତ ଭିନ୍ନ ନଜର ଆସୁଛି । କମ୍ପାନୀ ଏହାକୁ ୯୪,୭୦୭ ଟଙ୍କା(ଏକ୍ସ-ଶୋରୁମ୍) ଦାମରେ ଲଞ୍ଚ୍ କରିଛି ।

ବାଇକରେ ଏଲସିଡି କନସୋଲ୍, ସେଲ୍ଫ-ଷ୍ଟାର୍ଟର ମିଳୁଛି । ଟପ୍ ଭେରିଏଣ୍ଟରେ ବ୍ଲୁଟୁଥ୍ ସ୍ମାର୍ଟଫୋନ କନେକ୍ଟିଭିଟି ସୁବିଧା ମିଳିବ । ଏଥିରେ ୧୨୪.୫୮ ସିସି ଏୟାର କୁଲ୍ଡ ଇଞ୍ଜିନ ମିଳୁଛି ଯାହା ୧୨ ବିଏଚପିର ସର୍ବାଧିକ ପାଓ୍ବର ଓ ୧୧ ଏନଏମର ପିକ୍ ଟର୍କ ଉତ୍ପନ କରିବ । ବାଇକର ଇଞ୍ଜିନରେ ୫ ସ୍ପିଡ୍ ଟ୍ରାନ୍ସମିଶନ ଯୋଡାଯାଇଛି । ବାଇକର ସିଟ୍ ଉଚ୍ଚତା ୭୯୫ ଏମଏମ୍ ଥିବାବେଳେ ୧୯୮ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳିବ । ବାଇକରେ ଏବୋନି ବ୍ଲାକ୍, ପର୍ପଲ ଫ୍ୟୁରୀ, କକଟେଲ୍ ଓ୍ବାଇନ୍ ରେଡ୍ ଏବଂ ସିଟ୍ରସ୍ ରଶ୍ ରଙ୍ଗର ବିକଳ୍ପ ସହିତ ଉପଲବ୍ଧ ହେବ । ଗ୍ରାହକ ଏହାକୁ ନିକଟସ୍ଥ ବଜାଜ ଶୋ’ରୁମରୁ କିଣିପାରିବେ ।

Comments are closed.