www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ବିପକ୍ଷ ପ୍ରଥମ ୩ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ଅକ୍‌ଲାଣ୍ଡ : ଭ୍ରମଣକାରୀ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି। ଘୋଷିତ ଦଳରେ ବାମହାତି ସ୍ପିନର ମିଚେଲ୍‌ ସାଣ୍ଟନର୍‌ ଓ ୱିକେଟ ରକ୍ଷକ ବ୍ୟାଟସମ୍ୟାନ୍‌ ଟମ୍‌ ଲାଥାମ୍‌ଙ୍କୁ ସାମିଲ କରାଯାଇଛି। ସାଣ୍ଟନର୍‌ ୧୦ ମାସର ବ୍ୟବଧାନ ପରେ ଦିନିକିଆ କ୍ରିକେଟ୍‌ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଆଣ୍ଠୁରେ ଅ​‌େ​ସ୍ତ୍ରାପଚାର ଯୋଗୁ ସାଣ୍ଟନର୍‌ ବେଶ୍‌ କିଛିଦିନ କ୍ରିକେଟ୍‌ ଜଗତରୁ ଦୂରେଇ ରହିଥିଲେ। ତେବେ ଶ୍ରୀଲଙ୍କା ବିପକ୍ଷ ଏକମାତ୍ର ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ସାଣ୍ଟନର୍‌ ନିଜ ଫିଟନେସ୍‌ର ପ୍ରମାଣ ଦେଇଛନ୍ତି। ଅନ୍ୟପକ୍ଷରେ ଲାଥାମ୍‌ଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆ ଯାଇଥିବା ବେଳେ ଭାରତ ବିପକ୍ଷ ସିରିଜ୍‌ ନିମନ୍ତେ ଦଳରେ ସାମିଲ କରାଯାଇଛି।
ଅଲରାଉଣ୍ଡର କଲିନ୍‌ ଡି’ଗ୍ରାଣ୍ଡହୋମ୍‌ଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳରେ ସାମିଲ କରାଯାଇଛି। ଆହତ ଥିବାରୁ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଖେଳିନଥିବା ଜେମ୍‌ସ ନିସାମ୍‌ ଓ ଆଣ୍ଠୁରେ ଆଘାତପ୍ରାପ୍ତ ଲେଗ୍‌ସ୍ପିନର ଟଡ୍‌ ଆଷ୍ଟଲେଙ୍କୁ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ ନିମନ୍ତେ ଦଳରେ ସାମିଲ କରା ଯାଇନାହିଁ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିନଥିବା ଡଗ୍ ବ୍ରେସ୍‌ୱେଲ୍‌ଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍ ନିମନ୍ତେ ନ୍ୟୁଜିଲାଣ୍ଡ ଦଳ​‌େ​‌ର ସ୍ଥାନମିଳିଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ୱିକେଟ ରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିବା ଟିମ୍‌ ସେଫୋର୍ଟଙ୍କୁ ଭାରତ ବିପକ୍ଷ ସିରିଜ୍‌ ନିମନ୍ତେ ଦଳରୁ ବାଦ୍ ଦିଆ ଯାଇଥିବା ବେଳେ ଲାଥାମ୍‌ ୱିକେଟ ରକ୍ଷକ ଦାୟିତ୍ବ ନିର୍ବାହ କରିବେ। ଦ୍ରୁତ ବୋଲର ଭାବେ ଟିମ୍‌ ସାଉଦି, ଟ୍ରେଣ୍ଟ ବୋଲ୍‌ଟ, ଲୋକି ଫର୍ଗୁସନ୍‌ ଓ ମାଟ୍‌ ହେନେରୀ ଦଳରେ ଥିବାବେଳେ ସ୍ପିନର ଭାବେ ସାଣ୍ଟନରଙ୍କ ବ୍ୟତୀତ ଇସ୍‌ ସୋଢ଼ିଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ୨୩ରେ, ୨ୟ ଦିନିକିଆ ୨୬ ଓ ୩ୟ ଦିନିକିଆ ୨୮ରେ ଖେଳାଯିବ।
ନ୍ୟୁଜିଲାଣ୍ଡ ଦିନିକିଆ ଦଳ: କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟ୍ରେଣ୍ଟ ବୋଲ୍‌ଟ, ଡଗ୍‌ ବ୍ରେସୱେଲ୍‌, କଲିନ୍‌ ଡି’ ଗ୍ରାଣ୍ଡହୋମ୍‌, ଲୋକି ଫର୍ଗୁସନ୍, ମାର୍ଟିନ୍‌ ଗପଟିଲ୍‌, ମାଟ୍‌ ହେନେରୀ, ଟମ୍ ଲାଥାମ୍‌, କଲିନ୍‌ ମନ୍‌ରୋ, ହେନେରୀ ନିକୋଲ୍‌ସ, ମିଚେଲ୍‌ ସାଣ୍ଟନର, ଇସ୍‌ ସୋଢ଼ି, ଟିମ୍‌ ସାଉଦି ଓ ରସ୍‌ ଟେଲର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories