www.samajalive.in
Thursday, December 11, 2025
16.1 C
Bhubaneswar

ଲୋକପାଳ ପ୍ରସଙ୍ଗରେ କମିଟିକୁ ସୁପ୍ରିମକୋର୍ଟ ନିର୍ଦେଶ; ଫେବୃଆରୀ ସୁଦ୍ଧା ମନୋନୟନ ତାଲିକା ଦିଅ

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ମନୋଭାବ ପୋଷଣ କରିଛନ୍ତି। ଫେବୃଆରୀ ମାସ ଶେଷ ସୁଦ୍ଧା ଏହି ପଦ ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ତାଲିକା ପ୍ରଦାନ କରିବାକୁ ଲୋକପାଳ ଅନୁସନ୍ଧାନ କମିଟିକୁ ଗୁରୁବାର ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ ଅନୁସନ୍ଧାନ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଲୋକପାଳ ଅନୁସନ୍ଧାନ କମିଟିକୁ ଆନୁଷଙ୍ଗିକ ଭିତ୍ତିଭୂମି ଓ ଲୋକବଳ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୭ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଲୋକପାଳ ନିଯୁକ୍ତି ମାମଲାର ଶୁଣାଣି ପାଇଁ ଗଠିତ ପୀଠରେ ଜଷ୍ଟିସ ଏଲ.ଏନ୍‌ ରାଓ ଓ ଜଷ୍ଟିସ ଏସ୍‌.କେ କାଉଲ ରହିଛନ୍ତି। ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଅନୁସନ୍ଧାନ କମିଟି ପାଇଁ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇଥିଲେ। ସେଥିପାଇଁ କାମ ଆଗେଇପାରୁ ନ ଥିବା ସେ ପୀଠକୁ ଜଣାଇଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories