କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ:ରବିବାର ଓ ସୋମବାର ସମ୍ବେଦନଶୀଳ ହେବେ। ସତର୍କତା ଅବଲମ୍ବନୀୟ ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଋଣଗ୍ରସ୍ତ ହୋଇପାରନ୍ତି। ଶନିବାର ଧନପ୍ରାପ୍ତି ହେବ। ଦୂର ଦେଶକୁ ଯାତ୍ରା କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀହନୁମାନ କବଚ ପାଠ କରନ୍ତୁ।
ବୃଷ:ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବ। କର୍ମକ୍ଷେତ୍ରରେ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ମଙ୍ଗଳବାର ଓ ବୁଧବାର ଯତ୍ନଶୀଳ ହେବେ। ଗୁରୁବାର ଓ ଶୁକ୍ରବାର ଯାନବାହନ ଜନିତ ସମସ୍ୟ​‌ା ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ଶନିବାର ପୂଜାରେ ଆନନ୍ଦ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାର ଓ ବୁଧବାର କର୍ମତତ୍ପର ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଆଘାତପ୍ରାପ୍ତ ହୋଇପାରନ୍ତି। ଶନିବାର ଆୟ ବୃଦ୍ଧି ହେବ। ଶ୍ରୀ ଯୁକ୍ତ ହେବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ।

କର୍କଟ:ରବିବାର ଓ ସୋମବାର ସାଫଲ୍ୟ ମଣ୍ଡିତ ହେବେ। କର୍ମ ନିଷ୍ଠା ହେତୁ ସମ୍ମାନିତ ହେବେ। ମଙ୍ଗଳବାର ଓ ବୁଧବାର ଲାଭବାନ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଗୁରୁବାରଠାରୁ ଶନିବାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ସମ୍ମାନ ହାନି ହୋଇପାରେ। ମାଲି ମକଦ୍ଦମାରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ମେରୁଦଣ୍ଡ ଜନିତ ସମସ୍ୟା ହୋଇପାରେ। ମଙ୍ଗଳବାର ଓ ବୁଧବାର ପିଲାଙ୍କୁ ନେଇ ଚିନ୍ତା ପ୍ରକଟିତ ହେବ। ସଫଳତା ପାଇବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସଫଳତା ପ୍ରାପ୍ତ ହେବ। ପଶ୍ଚାତାପ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଘୃଣୀ ସୂର୍ଯ୍ୟ ନାରାୟଣାୟ ନମଃ ମନ୍ତ୍ର ଜପ କରନ୍ତୁ।

କନ୍ୟା:ରବିବାର ଓ ସୋମବାର ସ୍ଥିରଚିତ୍ତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅଧ୍ୟାତ୍ମବାଦୀ ହେବେ। ପରୋପକାରୀ ହେବେ। ସମସ୍ୟା ଦୂରୀଭୂତ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।
ତୁଳା: ରବିବାର ଶ୍ରୀ ଯୁକ୍ତ ହେବେ। ସୋମବାର ଓ ମଙ୍ଗଳବାର ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ ଅନଟନ ଦେଖାଦେଇପାରେ। ବୁଧବାର ଓ ଗୁରୁବାର ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ସନ୍ତାନମାନଙ୍କ କ୍ୟାରିୟର ପ୍ରତି ଯତ୍ନବାନ ହେବେ। ଶୁକ୍ରବାର ଓ ଶନିବାର ଆଘାତପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବଙ୍କ ସ୍ତୋତ୍ର ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରନ୍ତୁ।
ବିଛା : ରବିବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ସନ୍ତାନମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ସଫଳତା ଲାଭ କରିବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଆର୍ଥିକ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହଂ ପବନ ନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ବନ୍ଧୁ ଦର୍ଶନରେ ଆନନ୍ଦ ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର ଆର୍ଥିକ ଅନିୟମିତତା ଦେଖାଦେବ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। ବୁଧବାର ଓ ଗୁରୁବାର ସାବଧାନତା ଲୋଡ଼ା। ଶତ୍ରୁ ଦ୍ବାରା ପରାଭୂତ ହେବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ ସହସ୍ରନାମ ପାଠ କରନ୍ତୁ।

କୁମ୍ଭ:ରବିବାର ଓ ସୋମବାର ସମୟ ଆନନ୍ଦରେ କଟାଇବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଭ୍ରମଣଜନିତ ଆନନ୍ଦ ପ୍ରାପ୍ତ ହେବ। ଅର୍ଥପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶୁକ୍ରବାର ଓ ଶନିବାର ଅଶାନ୍ତ ଚିତ୍ତ ହେବେ। ପାରିବାରିକ କଳହ ଦେଖାଦେବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀରାମ ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାର ଅସୁବିଧାରେ ପଡ଼ିପାରନ୍ତି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଦୂରଯାତ୍ରା ସଫଳତା ପ୍ରଦାନ କରିବ। ସୁସମ୍ବାଦ ପ୍ରାପ୍ତି ହେବ। ବନ୍ଧୁଙ୍କ ଗହଣରେ ସମୟ ଅତିବାହିତ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ନୂତନ ଦ୍ରବ୍ୟ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ତାରେ ତୁ ତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।

Comments are closed.