www.samajalive.in
Friday, December 12, 2025
16.1 C
Bhubaneswar

ମାଳତୀପାଟପୁର ଷ୍ଟେସନରୁ ଯୁବକ ନିଖୋଜ

ଗୁରୁଡ଼ିଝାଟିଆ,:  ଲିଙ୍ଗାପଦା ଗ୍ରାମର ଦୀନବନ୍ଧୁ ସୁବୁଦ୍ଧିରାୟ (୩୩) ନିଖୋଜ ନେଇ ପରିବାର ପକ୍ଷରୁ ଏକ ଅଭିଯୋଗ ଥାନାରେ ହୋଇଛି। ପୁଅର ନିଖୋଜରେ ପରିବାର ସଦସ୍ୟ ଭାଙ୍ଗି ପଡ଼ିଛନ୍ତି। ପ୍ରକାଶଯୋଗ୍ୟ ବାପା ଦାସରଥି ସାହୁଙ୍କ ପୁଅ ଦୀନବନ୍ଧୁ ମହାପ୍ରଭୂ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ହେଲେ ଦୀନବନ୍ଧୁ ହଠାତ୍‌‌ ମାଳତୀପାଟପୁର ଷ୍ଟେସନରେ ଗାଡିରୁ ଓହ୍ଲାଇ ଦୌଡିଥିଲେ। ବାପା ଦାସରଥି ମଧ୍ୟ ତାଙ୍କ ପଛେପଛେ ପୁଅକୁ ଖୋଜିବା ପାଇଁ ଅନୁଧାବନ କରିଥିଲେ। କିନ୍ତୁ ପୁଅକୁ ପାଇନଥିଲେ। ଏ ନେଇ ବାପା ଦାସରଥି ପୁରୀ ଜିଆରପି ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ପୁଅକୁ ଠାବ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏପରିକି ଏ ସଂପର୍କରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଧବଳେଶ୍ୱର ପୁଲିସ ସହାୟତା କେନ୍ଦ୍ରରେ ମଧ୍ୟ ଅବଗତ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ପୁଅ ଦୀନବନ୍ଧୁର ମସ୍ତିଷ୍କ ବିକୃତି ଥିବା ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories