www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତାରେ ବୁଲୁଥିଲା ଛୁଆ ବିରାଡ଼ି, ଉଦ୍ଧାର ପାଇଁ ଅଟକିଲେ ଯୁବକ, ତା’ପରେ ଯାହା ହେଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: କୌତୁକିଆ ଜୀବଜନ୍ତୁଙ୍କ ମଧ୍ୟରୁ ବିରାଡ଼ିମାନେ ଅନ୍ୟତମ। ମଜାଳିଆ ଢଙ୍ଗରେ ଖେଳକୁଦ କରି ବିରାଡ଼ିମାନେ ମନୋରଞ୍ଜନ କରିଥାନ୍ତି। ସେଥିପାଇଁ ଅନେକ ଲୋକ ଘରେ ବିରାଡ଼ି ପାଳିଥାନ୍ତି। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ବି ଶେୟାର କରନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି, ଯାହା ବେଶ୍‌ କୌତୁହଳପୂର୍ଣ୍ଣ ବି। ଭିଡିଓରେ ଦେଖାଯାଇଛି ଯେ, ରାସ୍ତାରେ ଏକ ବିରାଡ଼ି ଛୁଆ ବୁଲୁଛି। ବାଟରେ ଯାଉଥିବା ଯୁବକ ଛୁଆ ବିରାଡ଼ିକୁ ଉଦ୍ଧାର କରିବା ଲାଗି ନିଜ କାର ଅଟକାଇ ବାହାରକୁ ଆସୁଛନ୍ତି। ବିରାଡ଼ି ଛୁଆଟି ତା’ଙ୍କୁ ଦେଖି ତାଙ୍କ ନିକଟକୁ ଚାଲିଆସୁଛି। ଉକ୍ତ ଯୁବକ ବିରାଡ଼ି ଛୁଆକୁ ହାତରେ ଧରୁଛନ୍ତି। ବାସ ଏତିକି ବେଳେ ଦେଖିବାକୁ ମିଳୁଛି ଏକ ଅଜବ ଦୃଶ୍ୟ। ଯୁବକ ଜଣକ ଯେମିତି ଛୁଆ ବିରାଡ଼ିକୁ ହାତରେ ଧରିଛନ୍ତି, ଠିକ୍ ସେହି ସମୟରେ ରାସ୍ତାପାର୍ଶ୍ବ ଘାସଗାଲିଚାରେ ଲୁଛିଥିବା ୧୦ରୁ ୧୫ ବିରାଡ଼ି ଛୁଆ ବାହାରି ଆସି ଯୁବକଙ୍କ ପାଖରେ ପହଞ୍ଚି ଯାଇଛନ୍ତି। ଯାହାକୁ ଦେଖି ଯୁବକ ଜଣକ ଅଡୁଆରେ ପଡ଼ିଯାଇଛନ୍ତି। ଗୋଟିଏ ବିରାଡ଼ିକୁ ଉଦ୍ଧାର କରିବାକୁ ସେ ଗାଡ଼ି ଅଟକାଇଥିବାବେଳେ ଏକାସଙ୍ଗେ ୧୫ ବିରାଡ଼ି ଛୁଆ ଦେଖି ସେ କ’ଣ କରିବେ ତାହା ଚିନ୍ତା କରିପାରୁ ନାହାନ୍ତି। ଶେଷରେ ସେଠାରୁ ସେ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories