ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେଲେ ଭାରତରେ ଅଦୃଶ୍ୟ
ନୂଆଦିଲ୍ଲୀ : ଫେବ୍ରୁଆରୀ ୧୫ ବିଶ୍ୱର ଅନେକ ଦେଶରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେବ । ଚନ୍ଦ୍ରଗ୍ରହଣ ର ମାତ୍ର ୧୫ ଦିନ ମଧ୍ୟରେ ସୂର୍ଯ୍ୟ ପରାଗ ହେଉଛି । ଗତ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ସହ ନୀଳ ଜହ୍ନ ଓ ଲାଲା ଜହ୍ନ ଦେଖା ଯାଇଥିଲା ।
ସୂର୍ଯ୍ୟ ଓ ପୃଥୀବି ମଧ୍ୟରେ ଚନ୍ଦ୍ର ରହିଲେ ସୂର୍ଯ୍ୟ ପରାଗ ହୋଇଥାଏ । ଫେବ୍ରୁଆରୀ ୧୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଅନେକ ଦେଶରେ ଦେଖାଯିବ । ଆର୍ଜେଣ୍ଟିନା, ପାରାଗୁଏ ଓ ଉରୁଗୁଏ ସହ ଆଣ୍ଟାର୍କଟିକାରର ବିଭିନ୍ନ ଅଂଶରେ ଏହା ଦେଖାଯିବ ।
ଭାରତରେ କିପରି ଏହାକୁ ଦେଖିବେ ।
ନାସା ଏହାର ଲାଇଭ ଓ୍ୱେବକାଷ୍ଟ କରିବା । ଭାରତରେ ନାସାର ଓ୍ୱେବସାଇଟରେ ଏହାକୁ ଲାଇଭ ଦେଖି ହେବ । ଏହାସହ ୟୁଟ୍ୟୁବରେ ଥିବା ନାସାର ଚ୍ୟାନେଲ୍ରେ ଏହାର ଓ୍ୱବକାଷ୍ଟିଂ କରାଯିବ । ଭାରତୀୟ ସମୟ ଅନୁସାରେ ଏହା ୧୫ ତାରିଖ ବିଳମ୍ବିତ ରାତିପରେ ରାତି ୧୨ଟାରେ ଯାହାକି କ୍ୟାଲେଣ୍ଡରରେ ୧୬ ତାରିଖ ହୋଇ ସାରିଥିବ । ରାତି ୧୨ଟା ୨୫ରୁ ରାତି ୨ଟା ୨୧ ପର୍ଯ୍ୟନ୍ତ ଦେଖାଯିବ ।