www.samajalive.in
Sunday, December 7, 2025
18.1 C
Bhubaneswar

ପବିତ୍ର ଗର୍ଭଣା ସଂକ୍ରାନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଧର୍ମ ଧାରାରେ ଆଜି ଏକ ପବିତ୍ର ଦିନ ଗର୍ଭଣା ସଂକ୍ରାନ୍ତି । ସୂର୍ଯ୍ୟ ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳା ରାଶିରେ ପ୍ରବେଶ କରୁଥିବାରୁ ଆଜି ଦିବସ ତୁଳା ସଂକ୍ରାନ୍ତି ଭାବେ ନାମିତ । ବିଭିନ୍ନ ଶାସ୍ତ୍ର ପୁରୁଣାରେ ଏହି ଦିବସକୁ ବିଶେଷ ମହତ୍ତ୍ୱ ଦିଆଯାଇଛି । ଆଜି ଠାରୁ କାର୍ତ୍ତିକ ମାସ ଓ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କୁମାର ପୂର୍ଣ୍ଣିମାରୁ ଧନଧାନ୍ୟର ଦେବୀ ମା’ମହାଲକ୍ଷ୍ମୀ ପୂଜିତ ହୁଅନ୍ତି । କୃଷି ପ୍ରଧାନ ଦେଶ ଭାରତ ବର୍ଷ ଏବଂ ଓଡିଶାରେ ଗର୍ଭଣା ସଂକ୍ରାନ୍ତିର ମହତ୍ତ୍ୱ ଅଧିକ । ଆଜି ଠାରୁ ଧାନ ଫସଲରେ କ୍ଷୀର ଢୋକୁ ଥିବାରୁ ଫସଲ କିଆରୀକୁ ଗର୍ଭଣା ଭାବେ ପୂଜା କରାଯାଏ ।
ଓଡିଶା ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଗର୍ଭଣା ସଂକ୍ରାନ୍ତିରେ ଶସ୍ୟ କେଦାରକୁ କ୍ଷୀରି ଭୋଗ ଅର୍ପଣ କରାଯାଇ ପୂଜା କରାଯାଏ । ଏଥିପାଇଁ ଓଡିଶାରେ ଏକ ପ୍ରବାଦ ପ୍ରଚଳିତ, ଯେଣେ ଇଚ୍ଛା ତେଣେ ଯା’ ଗର୍ଭଣାକୁ ଟୁଂ ଟାଂ । ଏହି ଦିନ ମଧ୍ୟ ମା’ମହାଲକ୍ଷ୍ମୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ଚାଉଳ କ୍ଷୀରି ଅଥବା ନୂଆ ଗହମରୁ ପ୍ରସ୍ତୁତ ଗହମ କ୍ଷୀରି ଭୋଗ ସ୍ୱରୂପ ଅର୍ପଣ କରାଯାଇ ଉତ୍ତମ ଫସଲ କାମନା କରାଯାଏ । ଦେବୀ ଦୁର୍ଗାଙ୍କ ପରେ ମା’ମହାଲକ୍ଷ୍ମୀ ଦୀପାବଳି ପର୍ଯ୍ୟନ୍ତ ବିଶ୍ୱପାଳନର ଭାର ସମ୍ଭାଳି ଥାଆନ୍ତି । ତେଣୁ କୁମାର ପୂର୍ଣ୍ଣିମା ଏବଂ ଗର୍ଭଣା ସଂକ୍ରାନ୍ତିର ମହତ୍ତ୍ୱ ଅଧିକ । ଏହି ଅବସରରେ ସମଗ୍ର ରାଜ୍ୟର ପୁର ପଲ୍ଲୀରେ କୃଷକ ଘରେ କ୍ଷୀରି ଓ ପିଠାପଣା ପ୍ରସ୍ତୁତି ସହ ଉତ୍ସବ ମୁଖର ହୋଇ ଉଠିଛି ଏବଂ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ମହାଲକ୍ଷ୍ମୀ ପୂଜା ।

ଆସୁଛି ଲଘୁଚାପ; ପୁଣି ଭିଜିବ ଓଡିଶା!

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories