www.samajalive.in
Saturday, December 6, 2025
17.1 C
Bhubaneswar

ବିଲ ପାଣିରେ ପଡ଼ି ମହିଳା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ  ଚଢ଼େଇଭୋଳ ଗ୍ରାମର ମୋଚିରାମ ମୁର୍ମୁଙ୍କ ପତ୍ନୀ ଫୁଲମଣି ମୁର୍ମୁଙ୍କ ମୃତଦେହ ମଙ୍ଗଳବାର ଧାନ ବିଲରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ଫୁଲମଣି ବିଲକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ବିଲ ହିଡରୁ ତଳକୁ ପାଣିରେ ଖସି ପଡ଼ି ରାତି ସାରା ପାଣିରେ ରହିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।  ଘରଲୋକ ବହୁ ଖୋଜା ଖୋଜି କରିବା ପରେ ମଙ୍ଗଳବାର ସକାଳୁ ତାଙ୍କ ମୃତ ଦେହ ବିଲରୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଏନେଇ ପାଟଣା ଥାନାରେ ୬୬/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାହାରପଡ଼ା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ପାଟଣାରେ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories