www.samajalive.in
Sunday, December 7, 2025
14.1 C
Bhubaneswar

ଠକ ଲୁଟି ନେଲେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସାଇବର ଠକ ତାଙ୍କ ଆକାଉଣ୍ଟରୁ ନେଇ ଯାଇଥିବା ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ତାଙ୍କ ନାମରେ ଜମାଖାତା (ଆକାଉଣ୍ଟ) ଥିବା ବୃଦ୍ଧା ଜାଣିନଥିଲେ। ଆକାଉଣ୍ଟକୁ ଟଙ୍କା ଆସିବା ମାତ୍ରେ ସାଇବର ଠକ ଲୁଟି ନେଉଛନ୍ତି। ଏଭଳି ୩ ବର୍ଷ ହେବ ଠକ ତାଙ୍କ ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରୁଛନ୍ତି। ସମସ୍ତଙ୍କ ପାଖକୁ ‘ସୁଭଦ୍ରା’ ଟଙ୍କା ଆସିଥିଲା। ଏହି ଟଙ୍କା ପାଇବା ଲାଗି ଡିବିଟି ମୋବାଇଲ୍‌ରେ ଲିଙ୍କ କରି ଦେଖିବାକୁ ବେଳକୁ ତାଙ୍କ ନାଁରେ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ରହିଥିଲା। ହେଲେ ସେ ଉକ୍ତ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନଥିଲେ। ତାଙ୍କ ନାମରେ କିଏ ଆକାଉଣ୍ଟ ଖୋଲିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଉଲ୍ଲାସ ଝିଅ ସହ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କକୁ ଯାଇଥିଲେ। ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ଉଲ୍ଲାସଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ୩ରୁ ୪ ବର୍ଷ ତଳେ ଏହି ଆକାଉଣ୍ଟ ଖୋଲା ଯାଇଥିବା କହିଥିଲେ। ଗତ ୯ ତାରିଖ ‌ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଥିବା ସୂଚନା ଦେଇଥିଲେ। ତେଣୁ ସେହି ଟଙ୍କା ଉଠାଇବାକୁ ଉଲ୍ଲାସ ଚାହିଁଥିଲେ, ହେଲେ ତାଙ୍କ ଆଧାରରେ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଫୋନ୍‌ ନମ୍ବର ଅନ୍ୟ ଜଣଙ୍କର ରହିଥିଲା। ଫଳରେ ସେ ଟଙ୍କା ଉଠାଇ ପାରିନଥିଲେ। କିଏ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି ସେ ସମ୍ପର୍କରେ ଉଲ୍ଲାସ ଜାଣିବାକୁ ଚାହିଁଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଉକ୍ତ ଠକର ଫୋନ୍‌ ନମ୍ୱର ଦେଇଥିଲେ। ସେହି ନମ୍ୱରରେ ଫୋନ୍‌ କରିବା ବେଳକୁ ଇନ୍‌କମିଂ କଲ୍‌ର ସୁବିଧା ନଥିବା ଜାଣିବାକୁ ପାଇଥିଲେ। ଝିଅ ସୁନୀତା କହିଛନ୍ତି ଯେ, ମା’ଙ୍କ ଆଧାରକାର୍ଡ ବ୍ୟବହାର କରାଯାଇ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି। ସେଥିରେ ଥିବା ଫୋନ୍‌ ନମ୍ୱର ଆଉ କାହାର ଦିଆଯାଇଛି। ଫଳରେ ସୁଭଦ୍ରା, ଗ୍ୟାସ୍‌ ସବ୍‌ସିଡି, କାଳିଆ ସମେତ ସରକାରଙ୍କ ସବୁ ଯୋଜନାର ଟଙ୍କା ସେହି ଆକାଉଣ୍ଟକୁ ଯାଉଛି। ଆଉ ଠକ ସେହି ଟଙ୍କା ଉଠାଇ ନେଉଛି। ତାଙ୍କ ନାମରେ ଆକାଉଣ୍ଟ ଖୋଲି ଟଙ୍କା ଲୁଟ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଲ୍ଲାସ ଦାବି କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories