www.samajalive.in
Friday, December 12, 2025
26.1 C
Bhubaneswar

ସର୍ପେଶ୍ୱର ମନ୍ଦିରରୁ ଚୋରି, ଅଭିଯୁକ୍ତ ଗିରଫ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଳରାମପୁରଠାରେ ପ୍ରତିଷ୍ଠିତ ବହୁ ପ୍ରାଚୀନ ସର୍ପେଶ୍ବର ମନ୍ଦିରର କବାଟ ତାଡି ଓ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଚୋରି କରିଛି ।  ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ମନ୍ଦିରର ପୂଜକ ମନୋରଞ୍ଜନ ଦାଶ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ପୂଜକମାନେ ମନ୍ଦିର ଖୋଲିବାକୁ ଆସିବା ସମୟରେ କବାଟ ତଡା ହୋଇଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ପୁଲିସ ଓ ଦେବୋତ୍ତର ସୁପରଭାଇଜରଙ୍କୁ ଜଣାଇଥିଲେ ।

ସୂଚନା ପାଇବା ମାତ୍ରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ପୁଲିସ ଦଳ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା । କଟକରୁ ପୁଲିସ ବୈଷୟିକ ଦଳ ପହଞ୍ଚି ମଧ୍ୟ ତଦନ୍ତ କରିଥିଲା । ପୁଲିସ ସିସିଟିଭି ଯାଞ୍ଚ କରି ସେଥିରେ ରେକର୍ଡିଙ୍ଗ ହୋଇଥିବା ଚୋରି ବେଳର ଦୃଶ୍ୟ ଆଧାରରେ ସ୍ଥାନୀୟ ଅଞ୍ଚଳରେ ତନାଘନା ତଦନ୍ତ କରି ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଜଣକ ମାଣିଆବନ୍ଧ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଜଙ୍ଗଲୀ ଓରଫ ଦିଲ୍ଲୀପ ଦେହୁରୀ  ବୋଲି ପୁଲିସ ସୂଚନା ଦେଇଛି । ତା ନିକଟରୁ ମନ୍ଦିର ହୁଣ୍ଡି ବାକ୍ସରୁ ଚୋରି ହୋଇଥିବା ନଗଦ ଅର୍ଥ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories