www.samajalive.in
Tuesday, December 9, 2025
26.1 C
Bhubaneswar

ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୃତ

ବାଣପୁର : କାର ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇ ଜଣ ହେଉଛନ୍ତି ବାଣପୁର ବ୍ଳକ ତୋରସିଂହ ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁଗାଁ ଗ୍ରାମର ଅଶୋକ ପ୍ରଧାନଙ୍କ ପୁଅ ସୈାମ୍ୟ ରଞ୍ଜନ ପ୍ରଧାନ  ଓ ରସାନନ୍ଦ ମହାପାତ୍ରଙ୍କର ପୁଅ ଲକି ମହାପାତ୍ର । ମଙ୍ଗଳବାର ସୈାମ୍ୟ ଓ ଲକି ଏକ ମୋଟର ସାଇକେଲ ଯୋଗେ କାକଟପୁର ଯାଇଥିଲେ । ଅପରାହ୍ନ ପ୍ରାୟ ୪ଟାରେ ଗୋପ ଥାନା ନୟାହାଟ ଫାଣ୍ଡି ନିକଟରେ ସମ୍ମୁଖରୁ ଆସୁଥିବା ଏକ କାର ସେମାନଙ୍କ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତାରେ ଛିଟିକି ପଡି ଚେତା ଶୂନ୍ୟ ହୋଇପଡିଥିଲେ । ସ୍ଥାନୀୟ ପଥଚାରୀ ଉଭୟଙ୍କୁ ନିକଟସ୍ଥ ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଗୋପ ପୁଲିସ ଉଭୟ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories