www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହେଲେ ଓଡ଼ିଶା ଡିଜିପି

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ସିସିଟିଭି ଆଧାରରେ ଚାଲିଛି ତଦନ୍ତ। ଏମ୍ସରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଦିଲ୍ଲୀ ପୁଲିସ ଖୋଳତାଡ ଜାରି ରଖିଛି। ଆଜି ଏହି ଘଟଣାରେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ଡିଜିପି ୱାଇ.ବି ଖୁରାନିଆ। ପୀଡିତା ଜଣଙ୍କ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡ଼ିଛି। ଡିଜିପି କହିଛନ୍ତି ଓଡ଼ିଶା ପୁଲିସ ପୀଡିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ରହିଛନ୍ତି। ଘଟଣାକୁ ଗୁରୁତର ସହ ନିଆଯାଇଛି, ଅଭିଯୁକ୍ତଙ୍କ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରାଯାଉଛି। ଦିଲ୍ଲୀ ପୁଲିସର ସୂଚନା ଆଧାରରେ ଏଯାଏଁ ପୀଡିତାଙ୍କ ଠାରୁ କୌଣସି ସୁରାକ ମିଳିନାହିଁ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories