ବଜାଜ ଆଣିବ ପଲ୍ସର ଏନ୍୧୨୫, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ସବୁଠାରୁ ଅଧିକ ବିକ୍ରି ହେଉଥିବା ପଲସରର ନୂଆ ମଡେଲ ପଲସର ଏନ୧୨୫ର ବଜାର ପ୍ରବେଶ ପାଇଁ ପ୍ରସ୍ତୁତି କରିସାରିଛି । ପୂର୍ବରୁ ଟେଷ୍ଟିଂ ସମୟରେ ଗାଡିକୁ ଅନେକ ଥର ଦେଖିବାକୁ ମିଳିଥିଲା । ଯୁବପିଢିଙ୍କୁ ଲକ୍ଷ୍ୟରେ ରଖି କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ଏହାକୁ ସ୍ପୋର୍ଟି ଓ ଷ୍ଟାଇଲିସ୍ କରାଯାଇଛି । ବାଇକରେ ଏଲଇଡି ହେଡଲ୍ୟାମ୍ପ ମିଳିପାରେ ।

କମ୍ପାନୀ ଏଥିରେ ୧୨୫ ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦେବ । ଏଥିରେ ୫ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯିବ । ଏହାର ମୁକାବିଲା ଟିଭିଏସ୍ ରାଇଡର, ହିରୋ ଏକ୍ସଟ୍ରିମ୍ ୧୨୫ଆର୍ ସହିତ ହେବ । ଏହାର ଏକ୍ସ ଶୋ-ରୁମ୍ ଦାମ୍ ୯୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ । ଏହାର ଆଗରେ ଡିସ୍କ ବ୍ରେକ୍ ଏବଂ ରିୟରରେ ଡ୍ରମ୍ ବ୍ରେକ୍ ମିଳିପାରେ । ଗାଡିରେ ମନୋଶକ୍ ମିଳିବ । ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଡିଜିଟାଲ କନସୋଲ୍ ମିଳିପାରେ ।

Comments are closed.