www.samajalive.in
Friday, December 12, 2025
15.1 C
Bhubaneswar

ପଶ୍ଚିମବଙ୍ଗରେ ବିଜେପିର ପାଞ୍ଚଟି ବିଶାଳ ଜନସଭା

କଲକାତା  : ସୁପ୍ରିମକୋର୍ଟର ନିର୍ଦେଶ ଯୋଗୁଁ ପଶ୍ଚିମବଙ୍ଗରେ ରଥଯାତ୍ରା କାର୍ଯ୍ୟସୂଚୀରେ ବିଜେପିକୁ ଧକ୍କା ଲାଗିଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ବିକଳ୍ପ ସଭାର ଆୟୋଜନ କରାଯାଇଛି। ବୁଧବାର ଦଳର ରାଜ୍ୟ ସଭାପତି ଦିଲୀପ ଘୋଷ ସାମ୍ବାଦିକଙ୍କୁ କହିଛନ୍ତି ଯେ ରଥଯାତ୍ରା ବଦଳରେ ଦଳ ପକ୍ଷରୁ ରାଜ୍ୟରେ ପାଞ୍ଚଟି ବିଶାଳ ଜନସଭାର ଆୟୋଜନ କରାଯିବ। ଯେଉଁ ସଭାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ରହିବେ।
ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ରାଜ୍ୟ ଦପ୍ତରରେ ବୁଧବାର ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥିର ହୋଇଛି ଯେ ରଥଯାତ୍ରା ବଦଳରେ ଯେଉଁ ପାଞ୍ଚଟି ଜନସଭା କରାଯିବ ସେଠାରେ ଶ୍ରୀ ଶାହା ଉପସ୍ଥିତ ରହିବେ। ତେଣୁ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୨୦ରେ ମାଲଦା, ୨୧ରେ ସିଉଡ଼ି ଓ ଝାଡ଼ଗ୍ରାମ ଏବଂ ୨୨ରେ ଜୟନଗର ଓ କୃଷ୍ଣନଗରରେ ଜନସଭା କରାଯିବ। ଏହାବ୍ୟତୀତ ଫେବୃୟାରୀ ୮ତାରିଖରେ କଲକାତାରେ ବ୍ରିଗେଡ଼ ସଭା କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉପସ୍ଥିତ ରହିବେ।
ବୁଧବାର ରାଜ୍ୟ ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି ଯେ ଫେବୃୟାରୀ ୯ତାରିଖରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ କର୍ମସୂଚୀ ଗ୍ରହଣ କରାଯିବ। ଦଳର ମୋର୍ଚ୍ଚା କର୍ମୀଙ୍କ ସହ ଶ୍ରୀ ମୋଦୀ ଭିଡ଼ିଓ କନ୍‍ଫରେନ୍ସ କରିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳକ କଂଗ୍ରେସ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା ବିରୋଧରେ ବିଜେପି ତା’ର ସ୍ବରକୁ ଆଗାମୀ ଦିନରେ ଅଧିକ ତୀବ୍ର କରିବ ବୋଲି ଶ୍ରୀ ଘୋଷ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories