www.samajalive.in
Thursday, December 11, 2025
16.1 C
Bhubaneswar

ବଢ଼ୁଛି ଡିଜିଟାଲ ନେଣଦେଣ, ୟୁପିଆଇ କାରବାର ୫୨% ବୃଦ୍ଧି – ରିପୋର୍ଟ

ଡେସ୍କ: ଦେଶରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରୁ ଜଣାପଡିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଦେଶରେ ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି। ଏଥିରେ ୭ ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍ କାର୍ଡ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ୮୯ ଲକ୍ଷରୁ ଅଧିକ ପିଓଏସ ଟର୍ମିନାଲ ସ୍ଥାପନ କରାଯାଇଛି ଏବଂ ୟୁପିଆଇ କ୍ୟୁଆର୍ କୋଡ୍ ସଂଖ୍ୟା ମଧ୍ୟ ବଢ଼ିଛି। ୧୦ଟି ବ୍ୟାଙ୍କ ୯୫% ପିଓଏସ ଟର୍ମିନାଲ କାର୍ଯ୍ୟକାରୀ କରିଛନ୍ତି। ତେଜରାତି ଦୋକାନ, ରେସ୍ତୋରାଁ, ସର୍ଭିସ୍ ଷ୍ଟେସନ୍, ପୋଷାକ ଷ୍ଟୋର୍, ସରକାରୀ ସେବା, ଔଷଧ ଦୋକାନ ଏବଂ ଡାକ୍ତରଖାନାରେ ସର୍ବାଧିକ ଡିଜିଟାଲ ନେଣଦେଣ ପରିମାଣର ପ୍ରାୟ ୬୮% ଏବଂ ମୋଟ ନେଣଦେଣ ମୂଲ୍ୟର ପାଖାପାଖି ୫୩% ଡିଜିଟାଲ କାରବାର ହୋଇଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଶୀର୍ଷ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories