www.samajalive.in
Saturday, December 6, 2025
15.1 C
Bhubaneswar

ନାବାଳିକାଙ୍କୁ ଉଦ୍ଧାର ପାଇଁ ଯାଇଥିବା ପୁଲିସକୁ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବଡ଼ଚଣା ଅଞ୍ଚଳରେ ପୁଲିସକୁ ଆକ୍ରମଣ କରାଯାଇଛି। ଜଣେ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସ ଯାଇଥିବାବେଳେ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ ପୁଲିସ ଟିମ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରିନିଆଯାଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ନାବାଳିକା ଜଣକ ଯାଜପୁର ଜିଲା ବଡ଼ଚଣା ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଡେଲାଙ୍ଗ ପୁଲିସ ବଡ଼ଚଣା ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଳେ ଅପହରଣକାରୀ ଯୁବକଙ୍କ ପରିବାର ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories