www.samajalive.in
Sunday, December 7, 2025
26.1 C
Bhubaneswar

ରିୟଲ ଇଷ୍ଟେଟ ଜିଏସ୍‍ଟି ପାଇଁ ଗଠନ ହେଲା ମନ୍ତ୍ରୀସ୍ତରୀୟ ଗୋଷ୍ଠୀ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବାକର (ଜିଏସ୍‍ଟି) ଆଇନ ଅଧୀନରେ କୋଠାବାଡ଼ି ନିର୍ମାଣ ବା ରିୟଲ ଇଷ୍ଟେଟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଗଠନ କରିଛନ୍ତି। ଏହି ଗୋଷ୍ଠୀରେ ୭ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତିନ୍‍ ପଟେଲ୍‍ ଏହାର ଆବାହକ ରହିବେ । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ଅର୍ଥମନ୍ତ୍ରୀ ଓ ଗୋଆର ପଞ୍ଚାୟତ ମନ୍ତ୍ରୀ ଏହାର ସଦସ୍ୟ ରହିବେ। ଗତ ସପ୍ତାହରେ ଅନୁଷ୍ଠିତ ଜିଏସ୍‍ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହି ବୈଠକରେ ଟିକସ ହାରର ବିଶ୍ଳେଷଣ କରାଯାଇଥିଲା ଓ ବାସଗୃହ ନିର୍ମାଣ ନିମନ୍ତେ ଟିକସ ହାର ଓ ମାତ୍ରା ସ୍ଥିର କରିବା ଯୋଜନା ପ୍ରସ୍ତୁତ ସଂପର୍କରେ କମିଟି ଗଠନର ପ୍ରସ୍ତାବ ଦିଆଯାଇଥିଲା। ଏହି ଯୋଜନାରେରେ ଜମି ଓ କୋଠାବାଡ଼ି ନିର୍ମାଣ ତଥା  ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ କରାଯିବାର ବୈଧତାକୁ ମଧ୍ୟ ପ୍ୟାନେଲ୍‍ ବିବେଚନା କରିବେ। ବର୍ତ୍ତମାନ ନିର୍ମାଣାଧୀନ ଫ୍ଲାଟ୍‍ଗୁଡ଼ିକ ଉପରେ ଜିଏସ୍‍ଟିର ହାର ଶତକଡ଼ା ୧୨ ଭାଗ ରହିଛି। କିନ୍ତୁ ନିର୍ମାଣ ହୋଇସାରିଥିବା ବାସଗୃହ ଉପରେ କୌଣସି ଜିଏସ୍‍ଟି ଲାଗୁ ହେଉ ନାହିଁ। ବିଲ୍‍ଡର୍ସମାନେ କଞ୍ଜାମାଲ୍‍ ଟିକସ ରିହାତି ଉପଭୋକ୍ତାମାନଙ୍କୁ ଦେଉ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories