www.samajalive.in
Saturday, December 13, 2025
23.1 C
Bhubaneswar

ପୂଜାମଣ୍ଡପ ବୁଲିବେ ମୋହନ ଓ ନବୀନ, ପାର୍ବଣରେ ମା’ଙ୍କୁ କରିବେ ପୂଜାର୍ଚ୍ଚନା

ଭୁବନେଶ୍ବର: ପବିତ୍ର ଦଶହରା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କଟକ ସହର ଓ ରାଜଧାନୀ ଭୁବନେଶ୍ବର ଦୁର୍ଗା ପୂଜା ପାଇଁ ଖ୍ୟାତି ଅର୍ଜନ କରିଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଭୟ କଟକ ଓ ଭୁବନେଶ୍ବର ସହରର ବିଭିନ୍ନ ପୂଜା ମଣ୍ଡମ ବୁଲିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର ମନ୍ତ୍ରିମଣ୍ଡଳର ସହଯୋଗୀମାନେ ପୂଜାମଣ୍ଡପ ବୁଲିବେ ବୋଲି ଜାଣିବା ପରେ ଦୀର୍ଘ ପ୍ରାୟ ଏକ ଦଶନ୍ଧିରୁ ଅଧିକ ଦିନ ପରେ ଦଶହରା ପୂଜାମଣ୍ଡପ ବୁଲିବାକୁ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ପ୍ରାୟ ୧୩ବର୍ଷ ପରେ ଦଶହରାରେ ବିଭିନ୍ନ ପୂଜାମଣ୍ଡପ ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କିଛି ପୂଜାମଣ୍ଡପକୁ କେବଳ ରାବଣପୋଡ଼ି ସମୟରେ ଶ୍ରୀ ପଟ୍ଟନାୟକ ଗସ୍ତ କରିଥିବା ନଜିର ରହିଛି।

- Advertisement -

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନେ ଉଭୟ କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀମାନେ ଶୁକ୍ରବାର ମହାଅଷ୍ଟମୀରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବେ । ଶନିବାର ମହାନବମୀରେ କଟକର ବିଭିନ୍ନ ପୂଜାମଣ୍ଡପକୁ ଯିବେ । ଭୁବନେଶ୍ୱରର ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ, ପୁରୁଣା ଷ୍ଟେସନ ବଜାର, ଲକ୍ଷ୍ମୀସାଗର, ସୁନ୍ଦରପଦା ଓ ଅନ୍ୟ କେତେକ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଶନିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମିଳିତ ଭାବେ କଟକର ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି ।

ସେହିପରି ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀମାନେ ଶୁକ୍ରବାର କଟକ ଓ ଶନିବାର ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ଗଣେଶ ପୂଜାରେ ରାଜଧାନୀର ବିଭିନ୍ନ ମଣ୍ଡପ ବୁଲିଥିବା ନବୀନ ଏବେ ଦଶହରାରେ ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ମିଳିଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories