ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣି ଶେଷ; ୨୫ରେ ଚୂଡାନ୍ତ ରାୟ

0

ଯୋଧପୁର : ଆଧ୍ୟାତ୍ମ୍‌ିକ ଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଆଗତ ବଳାତ୍କାର ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି ଅଦାଲତ ଶନିବାର ଚୂଡାନ୍ତ ଶୁଣାଣି କରିଥିବାବେଳେ ଆସନ୍ତା ୨୫ରେ ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି। ଶନିବାର ବିଚାରପତି ଉଭୟପକ୍ଷର ଯୁକ୍ତି ଶୁଣିଥିଲେ। ଉତ୍ତର ପ୍ରଦେଶର ଜଣେ ୧୬ ବର୍ଷୀୟା ଯୁବତୀ ଯୋଧପୁର ଆଶ୍ରମରେ ରହିଥିବାବେଳେ ଆଶାରାମ ଭୁତ ଛଡାଇବା ବାହାନାରେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯୁବତୀଙ୍କ ଏତଲାକୁ ଆଧାର କରି ପୁଲିସ ଆଶାରାମଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା, ପୋକ୍‌ସୋ ଆଇନ ଓ ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ସେହିବର୍ଷ ସେପ୍ଟେମ୍ବର ୧ରେ ଆଶାରାମଙ୍କୁ ଗିରଫ କରାଯାଇଥିଲା। ଗୁଜରାଟରେ ମଧ୍ୟ ଆଶାରାମଙ୍କ ବିରୋଧରେ ଏକ ବଳାତ୍କାର ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ପୂର୍ବରୁ ଆଶାରାମଙ୍କ ଜାମିନ ଆବେଦନକୁ ଖାରଜ କରିଥିବାବେଳେ ସେ ବର୍ତ୍ତମାନ ଯୋଧପୁର ଜେଲରେ ଅବସ୍ଥାନ କରୁଛନ୍ତି।

Leave A Reply