www.samajalive.in
Saturday, December 13, 2025
26.1 C
Bhubaneswar

ରତନ ଟାଟାଙ୍କ ସହ ଗଞ୍ଜାମ ଜିଲାର ସଂପର୍କ

ଛତ୍ରପୁର: ଗଞ୍ଜାମ ଜିଲା ସହ ରତନ ଟାଟାଙ୍କ ସମ୍ପର୍କ ଅଧିକ ରହିଛି। ସେ ଗଞ୍ଜାମକୁ ୭ ମେ ୨୦୧୮ ରେ ଆସି ପ୍ରଥମେ ଗୋପାଳପୁରର କିଛି ଅଚଂଳ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ଛତ୍ରପୁରରେ ଜାଗା ମିଶନ ଭଳି ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀ ଓ ଟାଟା ଟ୍ରଷ୍ଟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ଗଂଜାମ ଜିଲାର ୭ଟି ଏନଏସି ଓ ହିଞ୍ଜିଳି ମ୍ୟୁନିସିପାଲଟି ଏହାସହ ପୁରୀ ଜିଲାର କୋଣାର୍କ ଏନଏସିର ସମୁଦାୟ ୧୯୭୩ ସହରାଚଂଳ ବସ୍ତି ବାସିନ୍ଦାଙ୍କ ଜମିଅଧିକାର ବଟଂନର ଶୁଭାରମ୍ଭ କରିଥିଲେ ରତନ ଟାଟା। ଏହାସହ ଓଡିଶା ବାସଉପଯୋଗୀ ବସତି ମିଶନର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଭଳି ଯୋଜନାରେ ଟାଟା ଗ୍ରୁପ ସହଯୋଗ କରିଥିବାରୁ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିଥିଲେ। ପୂର୍ବରୁ ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାରଙ୍କ ଏହିସବୁ ଯୋଜନା ପାଇଁ ଏକ ଚୁକ୍ତିନାମା ହୋଇଥିଲା। ଗଞ୍ଜାମ ବାସୀ ରତନ ଟାଟାଙ୍କୁ ସର୍ବଦା ତାଙ୍କର ଅତୁଳନୀୟ ଅବଦାନ ପାଇଁ ମନେ ପକାଇବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories