ତାତିଲେ ପରୀକ୍ଷାର୍ଥୀ, କଟକରେ ହେଲା ଅଦିନିଆ ଡଙ୍ଗା ଭସା
ସମାଜ ଡିଜିଟାଲ ଡେସ୍କ: ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ଷ୍ଟୁଡେଣ୍ଟ୍ ଏଗେନ୍ଷ୍ଟ କରପ୍ସନ ସଂଗଠନ ପକ୍ଷରୁ କଟକରେ ଗୁରୁବାର ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି। ପରୀକ୍ଷା ବାତିଲ ଦାବି କରି ସଂଗଠନର ସଦସ୍ୟମାନେ କଟକ ନେତାଜୀ ବସ୍ ଟର୍ମିନାଲ ସମ୍ମୁଖରେ ଥିବା କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଦୁଇ ଦିନ ତଳେ କଟକ ଜିଲାର ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ଅଫିସ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପରୀକ୍ଷାର୍ଥୀ କହିଛନ୍ତି, ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରନ୍ତୁ। ଏହାବ୍ୟତୀତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।
Comments are closed.