www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସର ପାପୁଲି ଛିଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମାଜ ଡିଜିଟାଲ ଡେସ୍କ: ପୁଲିସକୁ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ହାଣି ପାପୁଲି ଛିଡାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୁଲିସ। ଗୁରୁବାର ସକାଳୁ ଏ.କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତର ଡାହାଣ ଗୋଡରେ ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୪ତାରିଖ ଦିନ ଝରାପାଲିରେ ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ କରିଥିଲା ଅଭିଯୁକ୍ତ କମଲୁ। ଏହାପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ଏ.କଟାପାଲି ଜଙ୍ଗଲରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଣି ଥରେ ପୁଲିସ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କମଲୁ। ଜଣେ ପୁଲିସ କର୍ମଚାରୀ ଆହତ ହେବାରୁ ପୁଲିସ କମଲୁକୁ ଏନକାଉଣ୍ଟର କରିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories