www.samajalive.in
Sunday, December 14, 2025
16.1 C
Bhubaneswar

ମାନସିକ ଅନଗ୍ରସରଙ୍କ ପାଇଁ ସଚେତନତା ଶିବିର

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ମାନସିକ ଅନଗ୍ରସରଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ସ୍ମାରକୀ ମାନସିକ ଅନଗ୍ରସର ହିତକାରୀ ଟ୍ରଷ୍ଟଠାରେ ଆୟୋଜିତ ଏହି ଶିବିରକୁ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଉଦଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଉଦବୋଧନ ଦେଇଥିଲେ । ଏଡିଜେ ଶ୍ରୀ ଦାସ ମାନସିକ ଅନଗ୍ରସରଙ୍କୁ ହତାଦାର ନକରି ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିବା ସହ ସେମାନଙ୍କୁ ଆଇନ ସେବା ସମିତି ମାଧ୍ୟମରେ କିପରି ମାଗଣାରେ ଆଇନ ସହାୟତା ମିଳିପାରିବ ସେ ବିଷୟରେ ବୁଝାଇଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ପ୍ରସନ୍ନ କୁମାର ରାଉତ ଓ ସୁପ୍ରଭା ଦୋରା ଯୋଗଦେଇ ମାନସିକ ଅନଗ୍ରସରଙ୍କୁ ସମସ୍ତ ପ୍ରକାରର ସହାୟତା ଓ ଚିକିତ୍ସା ବ୍ୟବସ୍ଥା କରାଇ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବା ଲାଗି ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ମତପ୍ରକାଶ କରିଥିଲେ । ସେମାନଙ୍କର ମୌଳିକ ଅଧିକାର ପାଇଁ ଆଇନରେ ଥିବା ପ୍ରାବଧାନ ବିଷୟରେ ସେମାନେ ଆଲୋଚନା କରିଥିଲେ । ଡଃ ବ୍ରଜବିହାରୀ ମହାନ୍ତି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ବିବେକାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories