www.samajalive.in
Saturday, December 13, 2025
27.1 C
Bhubaneswar

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏସ୍‌ଟିଏ ଟିମ୍‌

ପାଟଣା :ଘଟଗାଁ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ଟିକିରା ଗୋଦାବରୀ ଢ଼ାବା ନିକଟରେ ସୋମବାର ଦିନ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ପରେ ଆଜି ଏସ୍‌ଟିଏର ଏକ ବୈଷୟିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଅନୁଧ୍ୟାନ କରିଛନ୍ତି । ଏସଟିଏର ଏହି ୪ ଜଣିଆ ଟିମ୍ ଦୁର୍ଘଟଣାର କାରଣ ଖୋଜି ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସଡକ ସୁରକ୍ଷା ଅଧିକାରୀ ରାଜେଶ ସେଠୀ ସୂଚନା ଦେଇଛନ୍ତି । ବିଶେଷ କରି ଦୁର୍ଘଟଣାସ୍ଥଳରେ ରାସ୍ତାର ଅବସ୍ଥାକୁ ଅନୁଧ୍ୟାନ କରିବା ସହ ଲାଇଟ୍ ଭେହିକିଲ ଅଣ୍ଡର ପାସ କାମ ଦେଖିଛନ୍ତି । କାମ ହେଉଥିବା ସ୍ଥାନରେ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ବିଶେଷ କରି ଛୋଟ ଯାନବାହାନ ଯାତାୟତ ନିମନ୍ତେ ସର୍ଭିସ ରୋଡ କରାଯାଇନାହିଁ ।

ଠିକାଦାରଙ୍କ ମନମୁଖି କାର୍ଯ୍ୟ ଏବଂ ସୁରକ୍ଷା ପ୍ରତି ଅଣଦେଖା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ଏନ୍‌ଏଚ୍‌ଏଆଇର ତ୍ରୁଟି ଯୋଗୁଁ ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି । ସୂଚନାଯୋଗ୍ୟ, ପାଣିକୋଇଲି ଠାରୁ ରିମୂଳି ପର୍ଯ୍ୟନ୍ତ ୧୬୬ କିଲୋମିଟର ରାସ୍ତା ଅନେକ ସ୍ଥାନରେ ମରଣ ଯନ୍ତା ପାଲଟିଛି । ରକ୍ଷଣାବେକ୍ଷଣ ଅଭାବରୁ ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥ ୨୦ରେ ଯାତାୟତ କରିବା ବିପଜ୍ଜନକ ହୋଇପଡିଥିବାବେଳେ ସବୁ ସମୟରେ ଦୁର୍ଘଟଣା ଆଶଙ୍କା ରହୁଛି । ରାସ୍ତା ମରାମତି ସ୍ଥାନ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିଲେ ମଧ୍ୟ ମରାମତି ହେଉନାହିଁ ।

- Advertisement -

ନିୟମିତ ତଦାରଖ ଅଭାବ ଏବଂ ମରାମତି ହେଉନଥିବାରୁ ଅନେକ ସ୍ଥାନରେ ଖାଲଖମା ରହିଛି । କେଉଁଠି ରାସ୍ତା ଦବି ଗଲାଣି ତ କେଉଁଠି ରାସ୍ତାକୁ ଲାଗି ଘାସ ବୁଦା ଉଠିଲାଣି । ଏନଏଚ୍‌ଏଆଇ ପକ୍ଷରୁ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପୂର୍ବରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ବିପଦ ସଙ୍କୁଳ ସ୍ଥାନ ମରାମତି ହେଉନଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଭିପ୍ସା କନଷ୍ଟ୍ରକସନକୁ ଏନଏଚଏଆଇ  ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । ଜାତୀୟ ରାଜପଥ ୨୦ର ଅନେକ ସ୍ଥାନରେ ସର୍ଭିସ ରୋଡ ମଧ୍ୟ ଅଧପନ୍ତରିଆ ହୋଇରହିଛି । ଜାତୀୟ ରାଜପଥ ଗୁଡିକୁ ଉଚ୍ଚ ଗୁଣବତ୍ତାଯୁକ୍ତ କରିବା ସହିତ ଯାତ୍ରୀଙ୍କୁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ଅନୁଭୂତି ପ୍ରଦାନ କରିବା ଉପରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଣାଳୟ ଗୁରୁତ୍ୱ ଦେଉଥିବାବେଳେ କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ଜାତୀୟ ରାଜପଥ ୨୦ ଅସୁରକ୍ଷିତ ହୋଇପଡିଥିଲେ ମଧ୍ୟ ଏହାର ନିରାକରଣ ପାଇଁ ବର୍ଷ ବର୍ଷ ଧରି ପଦକ୍ଷେପ ନିଆଯାଉନାହିଁ । ଫଳରେ ଏହି ରାସ୍ତାରେ ସଡକ ଦୁର୍ଘଟଣାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଜାତୀୟ ରାଜପଥ ୨୦ ଗୁଣବତ୍ତା ଯାଞ୍ଚ କରି ସ୍ଥିତିରେ ସୁଧାର ଅଣାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତାଷ ବଢିବାରେ ଲାଗିଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories