ଘରେ ପଶି ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ପାଟଣା : ଗତକାଲି ରାତିରେ ପାଟଣା ଥାନା ଅଞ୍ଚଳ ଉଦୟପୁର ଗ୍ରାମରୁ ପ୍ରାୟ ୧୦ ଲକ୍ଷ  ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି । ଉଦୟପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବକୁମାର ସେଠୀ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାପାଇଁ ସପରିବାରେ ତାଙ୍କ ଶ୍ବଶୂର ଘର ଗ୍ରାମକୁ ଯାଇଥିଲେ । ଘରେ ଜଣେ ବିଶ୍ଵସ୍ତ ଲୋକଙ୍କୁ ଜଗିବା ଦାୟିତ୍ୱ ଦେଇଥିଲେ । ଗତକାଲି ରାତିରେ ଘର ଜଗିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁ ଜଗିବାକୁ ଆସିନଥିଲେ । ଏହି ସୁଯୋଗରେ ତାଙ୍କ ଘରେ ଚୋର ପଶି ଆଲମାରୀ କାଟି ତାଙ୍କ ନିଜର ସୁନା ଗହଣା ସହିତ ତାଙ୍କ ଦୁଇ ଭଉଣୀଙ୍କ ସୁନା ଗହଣା ମିଶି ପ୍ରାୟ ଦଶରୁ ବାର ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚାଲିଯାଇଛନ୍ତି।  ଶିବକୁମାର ସେଠୀ ଆଜି ପାଟଣା ଥାନାରେ ଲିଖିତ ଅଭିଯୋଗ କରିବାରୁ ସନ୍ଧ୍ୟା ସମୟରେ ପାଟଣା ଥାନା ଏସଆଇ ଲକ୍ଷ୍ମଣ କୁମାର ମାଝୀ  ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ଆସି ଅନୁସନ୍ଧାନ କରିଛନ୍ତି  ।

Comments are closed.