ବନ୍ଧୁକ ଦେଖାଇ ଗହଣା ଲୁଟ୍

ନୀଳଗିରି : ଚଷାଖଣ୍ଡ ନିକଟରେ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଓ କାନଫୁଲ ଲୁଟିନେଲେ ଦୁର୍ବୃତ୍ତ । ଝିଅ ସହ ମହିଳା ନିଜ ବାପଘରୁ ଶାଶୂଘରକୁ ଫେରୁଥିବା ସମୟରେ ଚଷାଖଣ୍ଡ ନିକଟରେ ୬ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ମାଡମାରି ତାଙ୍କ ସୁନା ଚେନ୍ ଓ କାନଫୁଲ ଲୁଟିନେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ୩ଟି ବାଇକରେ ୬ ଦୁର୍ବୃତ୍ତ ତାଙ୍କୁ ଅନେକ ବାଟ ପର୍ଯ୍ୟନ୍ତ ପିଛା କରି ଏକ ନିଛାଟିଆ ସ୍ଥାନରେ ଏମିତି କାଣ୍ଡ ଭିଆଇଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ନେଇ ଖୋଳତାଡ କରୁଛି ।

Comments are closed.