www.samajalive.in
Sunday, December 14, 2025
14.1 C
Bhubaneswar

ମୁସଲମାନଙ୍କୁ ଚେତାଇଲେ ରିଜିଜୁ- କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନାହିଁ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଚାଲିଆସୁଛି। ତେଣୁ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନ୍ତୁ ନାହିଁ ବୋଲି ରିଜିଜୁ ଏକ ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥାକୁ ମନ୍ତବ୍ୟ ଦେବା ଅବସରରେ କହିଛନ୍ତି। ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛି ବୋଲି ରିଜିଜୁ ଅଭି​‌ଯୋଗ କରିଛନ୍ତି।

ରିଜିଜୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ପ୍ରକୃତ ରକ୍ଷକ। ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିଜ୍ଞାବଦ୍ଧ। ମୋଦୀଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ କରାଯାଇଛି, ଯାହାକୁ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories