www.samajalive.in
Friday, December 12, 2025
15.1 C
Bhubaneswar

କମିଲା ଦାମ୍ ! ଟିଭିଏସ୍ ଆଣିଲା ରେଡିୟନର ନୂଆ ମଡେଲ

ନୂଆଦିଲ୍ଲୀ : ଟିଭିଏସ୍ ମୋଟର କମ୍ପାନୀ ନିଜ କମ୍ୟୁଟର ବାଇକ ରେଡିୟନର ନୂଆ ବେସ୍ ଭେରିଏଣ୍ଟର ବଜାର ପ୍ରବେଶ କରିଦେଇଛି, ଯାହା ଫଳରେ ଏହାର ଦାମ୍ ଆହୁରି କମିଯାଇଛି । ଟିଭିଏସ୍ ରେଡିୟନ୍ ଏବେ ଅଲ୍ ବ୍ଲାକ୍ କଲର ବିକଳ୍ପରେ ଉପଲବ୍ଧ ହେବ । ଏହାର ଦାମ୍ ୫୮,୮୮୦(ଏକ୍ସ-ଶୋରୁମ୍ ଦିଲ୍ଲୀ) ରଖାଯାଇଛି ଯାହା ପୂର୍ବ ଅପେକ୍ଷା ୨୫୨୫ ଟଙ୍କା କମ୍ । ରେଡିୟନ୍ ବେସ୍ ଟ୍ରିମ୍ ମିଡ୍ ଭେରିଏଣ୍ଟରୁ ୧୭,୫୧୪ ଶସ୍ତା ହୋଇଯାଇଛି । ରେଡିୟନ୍ ଏବେ ୩ ଭେରିଏଣ୍ଟ ବେସ୍, ଡିଜି ଡ୍ରମ୍, ଓ ଡିଜି ଡିସ୍କରେ ଉପଲବ୍ଧ ହେବ । ଏହି ବାଇକ ୬୩ କିଲୋମିଟର ପ୍ରତି ଲିଟର ମାଇଲେଜ୍ ପ୍ରଦାନ କରିବ ।

ଟିଭିଏସ୍ ରେଡିୟନରେ ୧୦୯.୭ ସିସି ଏୟାର କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ମିଳେ ଯାହା ୭୩୫୦ ଆରପିଏମରେ ୮.୦୮ ବିଏଚପି ପାଓ୍ବର ଓ ୪୫୦୦ ଆରପିଏମରେ ୮.୭ ଏନଏମର ପିକ୍ ଚର୍କ ଉତ୍ପନ କରିବାରେ ସକ୍ଷମ । ଆଗ ପଟେ ଟେଲିସ୍କୋପିକ୍ ଫୋର୍କ୍ସ ଓ ରିୟରରେ ଟ୍ବିନ୍ ଶକ୍ ମିଳିବ । ଏଥିରେ ୧୦ ଲିଟର ବିଶିଷ୍ଟ ପେଟ୍ରୋଲ ଟ୍ୟାଙ୍କ ମିଳିବ । ଏହାର ଓଜନ ୧୧୩ କିଲୋଗ୍ରାମ(ଡ୍ରମ୍) ଓ ୧୧୫ କିଲୋଗ୍ରାମ(ଡିସ୍କ) । ଏଥିରେ ୧୮୦ ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳିବ । ବାଇକର ସମସ୍ତ ଭେରିଏଣ୍ଟରେ ୧୮ ଇଞ୍ଚର ଆଲୟ ହ୍ବିଲ୍ ମିଳୁଛି । କଲର ଏଲସିଡି ସହ ୟୁଏସବି ଚାର୍ଜିଂ ପୋର୍ଟ ମଧ୍ୟ ଏହି ବାଇକରେ ମିଳୁଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories