ବର୍ଷା ପବନରେ ଭୁଶୁଡିଲା ରସୁଲଗଡ ଦୁର୍ଗାପୂଜା ତୋରଣ

ଭୁବନେଶ୍ବର : ବର୍ଷା ପବନରେ ରସୁଲଗଡ ଦୁର୍ଗାପୂଜା ତୋରଣ ଭୁଶୁଡିପଡିଛି । ଅନେକ ଦିନ ଧରି ଚାଲିଥିବା ତୋରଣ କାମ ପ୍ରାୟ ଅଧା ସମ୍ପୂର୍ଣ୍ଣ ହୋଇସାରିବା ପରେ ରବିବାର ଅପରାହ୍ନରେ ହୋଇଥିବା ବର୍ଷା ପବନରେ ୩୦ ଫୁଟ ଉଚ୍ଚର ଲାଇଟ୍ ତୋରଣ ସମ୍ପୂର୍ଣ୍ଣ ଭାଙ୍ଗିପଡିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନି । ଅନ୍ୟପଟେ ସମୟ କମ୍ ଥିବାରୁ ଏହାକୁ ପୁଣି ନିର୍ମାଣ କରିବା ନିଶ୍ଚିତ ଭାବେ କାଠିକର ପାଠ ହୋଇପଡିବ ।

Comments are closed.