ବିବାଦ ଆଗକୁ ବଢାନଯାଉ: ଜଷ୍ଟିସ ସିକ୍ରି

0

ନୂଆଦିଲ୍ଲୀ : ଅବସର ପରବର୍ତ୍ତୀ ନିଯୁକ୍ତି ପ୍ରସ୍ତାବ ଓ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ବହିଷ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କମିଟିରେ ପ୍ରତିନିଧିତ୍ବ କରିବାକୁ ନେଇ ଦେଖାଯାଇଥିବା ବିବାଦ ଆଗକୁ ନ ବଢାଇବା ଲାଗି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏକେ ସିକ୍ରି କହିଛନ୍ତି। ସୋମବାର ଏଠାରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବା ଅବସରରେ ଜଷ୍ଟିସ ସିକ୍ରି କହିଛନ୍ତି ଯେ ‘ମୁଁ କୌଣସି ବିବାଦ ଭିତରକୁ ଟାଣି ହେବାକୁ ଚାହେଁ ନାହିଁ। ମୋତେ ନେଇ ଯେଉଁ ବିବାଦ ଦେଖାଯାଇଛି ତାହାର ଅବସାନ ଘଟାଯାଉ।’
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ୱାଇକେ ସବରୱାଲଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକକୁ ଏହି ଉତ୍ସବରେ ଉନ୍ମୋଚନ କରାଯାଇଥିଲା। କେତେକ ବରିଷ୍ଠ ଓକିଲ କହିଛନ୍ତି ଯେ ଜଷ୍ଟିସ ସିକ୍ରିଙ୍କୁ ବିବାଦକୁ ଟାଣିବା ଲାଗି ହୀନ ଉଦ୍ୟମ କରାଯାଉଛି। ଜଷ୍ଟିସ ସିକ୍ରିଙ୍କୁ ଅବସର ପରେ ଲଣ୍ଡନସ୍ଥିତ କମନୱେଲଥ ସେକ୍ରେଟାରୀଏଟ୍ ଆର୍ବିଟ୍ରାଲ ଟ୍ରାଇବୁନାଲ (ସଏସଏଟି)ରେ ନିଯୁକ୍ତି ଦେବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ହଟାଇବା ସପକ୍ଷରେ ଜଷ୍ଟିସ ସିକ୍ରି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପ୍ରତିନିଧି ଭାବେ ଭୋଟ ଦେଇଥିଲେ। ଏହି ଭୋଟ ଦେବାର ତିନି ଦିନ ପରେ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ଦିଆଯାଇଥିବାରୁ ବିବାଦ ଦେଖାଯାଇଥିଲା।

Leave A Reply